ନୂଆଖାଇ ଭେଟଘାଟ ୨୦୨୩

ପାରାଦୀପ, (ପିତବାସ ପ୍ରଧାନ):ଜୁହାର ପରିବାର ତରଫରୁ ଚତୁର୍ଥ ନୂଆଖାଇ ଭେଟଘାଟ -2023 ଇଫକୋ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଇଫକୋ,ପାରାଦୀପ ର ୟୁନିଟ ମୁଖ୍ୟ ଶ୍ରୀ କେ ଜେ ପଟେଲ,ସମ୍ମାନିତ ଅତିଥି ଭାବେ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷୀକେଶ ଭୋଇ,ତାଙ୍କର ମନ୍ତ୍ରୀ ସୁଦାମ ବିଶି,ପି ପି ଏଲ ର ୟୁନିଟ ମୁଖ୍ୟ ଶ୍ରୀ ନିଲେସ ଦେଶାଇ,ପାରାଦୀପ ବନ୍ଦର ପ୍ରାଧିକରଣ ର ମୁଖ୍ୟ ଅର୍ଥ ପରାମର୍ଶ ଦାତା ଶ୍ରୀ ଡି ଏନ୍ ସୋନ୍ଧି, ଏ ଏମ୍/ଏନ୍ ଏସ୍ ର ନିର୍ଦେଶକ ଶ୍ରୀ ସୁରେଶ ଜି, କାର୍ଲ୍ସ ବ୍ରିୟେରିଜ୍ ର ମାନବ ସମ୍ୱଳ ମୁଖ୍ୟ ଶ୍ରୀ ମୃତ୍ୟୁଞ୍ଜୟ କୁମାର ଯୋଗଦେଇ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ସମ୍ବଲପୁରର ପାରମ୍ପାରିକ ନୃତ୍ୟ, ଗୀତ,ବାଦ୍ୟ,କଳା ଓ ସଂସ୍କୃତିକୁ ପରିବେଷଣ କରାଯାଇଥିଲା।ସମ୍ବଲପୁରୀ ଗୀତର ତାଳେ ତାଳେ ଅତିଥି ଓ ଦର୍ଶକ ସମୁହଁ ଝୁମି ଉଠିଥିଲେ।ଡଃ ଶେଷ କିସାନ୍ ଙ୍କୁ ଜୁହାର ସମ୍ମାନରେ ସମ୍ମାନୀତ କରାଯାଇଥିଲା।ଏହାପରେ ଜୁହାର ପରିବାର ର ମୁଖପାତ୍ର “ପରବ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଜୁହାର ପରିବାର ର ସଭାପତି ଏ କେ ମେହେର,ଉପ ସଭାପତି ଏମ୍ ବି ସୋହଲା,ସମ୍ପାଦକ ଡଃ ହେମନ୍ତ ମେହେର ଏବଂ ଜୁହାର ପରିବାରର ସମସ୍ତ ସଭ୍ୟ ସଭ୍ୟା ପରିଚାଳନା କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ