ଗଜପତିର ଖୁରୀଗାଁଗୁଡା ଗ୍ରାମରେ ୪ ଟିକିଆ ହାତୀପଲ, ସାଧାରଣରେ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖୁରୀଗାଁ ଗୁଡା ଗ୍ରାମରେ ଚାରି ଟିକିଆ ହାତୀ ପଲ ଦେଖିବାକୁ ମିଳିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି. ଗତ କିଛି ଦିନ ହେବ କାଶୀନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ବେଳେ ଗତକାଲି ଖୁରୀଗାଁଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା. ଗୋଟିଏ ପଟେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ହାତୀ ଆତଙ୍କ ଦେଖାଦେଇଛି. ଏପରିକି ହାତୀପଲ ଧାନ ଫସଲ ଖାଇ ଖାଉଥିବା ଲୋକେ ଅଭିଯୋଗ କରିଛନ୍ତି. ହେଲେ ଏ କ୍ଷତି ନେଇ କୌଣସି ପ୍ରକାର ଅଭିଯୋଗ ହୋଇନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି.ଖୁରୀଗାଁ ଗୁଡା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ