ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ ଫୋରମକୁ ରାଜ୍ୟସ୍ତରୀୟ ପୁରସ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ଓ ଥଇଥାନ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବ୍ୟାପକ ଭାବରେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ପାଳନ କରାଯାଇଥିଲା ।ଏଠାରେ ସୂଚନାଥାଉକି, ପିପୁଲ୍ସ ଫୋରମ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟର କୋଣ ଅନୁକୋଣରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକରି ଆସୁଅଛି । ସେଥିମଧ୍ୟରୁ ମୁଖ୍ୟତଃ ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ଝାରସୁଗୁଡ଼ା, କୋରାପୁଟ, ପୁରୀ, ଗଞ୍ଜାମ, ମାଲକାନଗିରି, ନବରଙ୍ଗପୁର, ସୋନପୁର ମୋଟ ୨୦ଟି ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ଥଇଥାନ କେନ୍ଦ୍ର, ନିଶା ନିବାରଣ କେନ୍ଦ୍ର, ବୃଦ୍ଧାଶ୍ରମ, ଶିଶୁ ଯତ୍ନକେନ୍ଦ୍ର ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୱାନ୍ ଷ୍ଟପ୍ ସେଣ୍ଟର, ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର, ମଧ୍ୟାହ୍ନ ଭୋଜନ କେନ୍ଦ୍ର, ଗୋଶାଳାମାନ ରାଜ୍ୟବ୍ୟାପୀ କାର୍ଯ୍ୟକ୍ଷମ ଅଛି । ଏହି ଦିବସରେ ପୁରସ୍କାର ବିତରଣ ଉପଲକ୍ଷେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ବାଣିଜ୍ୟ, ପରିବହନ ଓ କାର୍ଯ୍ୟ ଦକ୍ଷତା ସଚିବ ଶ୍ରୀମତୀ ଉଷା ପାଢୀ, ନିର୍ଦ୍ଦେଶକ ଶ୍ରୀମତୀ ମିନତୀ ମହାନ୍ତି, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ନଗର ପାଳିକା ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ