ମଦ ହଟାଅ ଜୀବନ ବଞ୍ଚାଅ ସଚେତନତା ଶୋଭା ଯାତ୍ରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୁଲ୍ୟ ରେ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ସୁଦେଷ୍ଣା ଚୌଧୁରୀଙ୍କ ତତ୍ବାବଧନରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁଲତା ରାଣୀ ସ୍ୱାଇଁ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ସମିତି ର ସଭାପତି ଡ. ପ୍ରଦୀପ କୁମାର ବ୍ରହ୍ମା, ରାଧାଦେଇପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଡି ରାକେଶ ପାତ୍ର ଏବଂ ସମିତି ସଭ୍ୟ ସଦସ୍ୟ ନିଳାଞ୍ଚଳ ପ୍ରଧାନ, ପାଟପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଡ଼ ଏବଂ ସମିତି ସଭ୍ୟ ସଦସ୍ୟା ସୁଜାତା ସ୍ଵାଇଁ ଯୋଗ ଦେଇଥିଲେ। +୨ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରିସର ରେ ଅନୁଷ୍ଠିତ ହୋଇଥିଲା। ଏହା ସହ ଛାତ୍ର ଛାତ୍ରୀ ମାନେ ଏକ ବିଶାଳ ଶୋଭା ଯାତ୍ରା ମହାବିଦ୍ୟାଳୟ ରୁ ବାହାରି ନିଶା ସେବନ ବିରୋଧ ରେ ସ୍ଲୋଗାନ ଦେଇଥିଲେ ମଦ ହଟାଅ ଜୀବନ ବଞ୍ଚାଅ ଏକ ବିଶାଳ ରାଲି କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ଥିଲେ ଏବଂ ସେଠାରେ ଖୋଲା ମଞ୍ଚ ରେ ନିଶା ସେବନ ବିରୋଧ ରେ ନାଟକ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସାମାଜିକ ସମିତି ର ସଦସ୍ୟ ଶ୍ରୀମତୀ ସୁଧାଂଶୁ ମୁଖୀ ପାଢ଼ୀ, ତ୍ରିଲୋଚନ ଦାସ ଏବଂ କେଶବ ହାଁସଦା ,ଅଧ୍ୟାପକ ସୁରେନ୍ଦ୍ର ଶବର, ପ୍ରଫୁଲ୍ଲ ମହାରଣା, ଶ୍ରୀଜୟ ସାହୁ, ଅଧ୍ୟାପିକା ଡ. ଶାରଦା, ଚନ୍ଦ୍ରମା ପ୍ରଧାନ, ପଦ୍ମାବତୀ ମହାରଣା, ଆଟେଣ୍ଡାଟ୍ ଶ୍ରୀକାନ୍ତ ସାହୁ, ମାଟ୍ରନ୍ ଗୀତା ଦେବୀ ଏବଂ ଛାତ୍ର ଧନେଶ୍ୱର ଡାକୁଆ, ଛାତ୍ରୀ ନୂତନ ସାହୁ ଏବଂ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ