ମାଣିତରାରେ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ପାଇଁ ପ୍ରସ୍ତୁତି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କ୍ରୀଡା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”(ଆର.ୱାଇ.ଡି.ପି.) ଅଧୀନରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ମାଗଦର୍ଶିକା ଓ ପାଣ୍ଠି ଯୋଗାଇଦିଆଯାଇଛି। ନଭେମ୍ବର ୧୫ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୃଷ୍ଟିରୁ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିବା ସହ ଉଦଘାଟନ କରିଥିଲେ। ପ୍ରସ୍ତୁତି ବୈଠକରେ ନୋଡାଲ ଅଫିସର ଅଧ୍ୟାପକ ଶଙ୍କର ଆଶିଷ ପାତ୍ର, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ସ୍ୱାଇଁ, ଡକ୍ଟର ପ୍ରିୟବ୍ରତ ପ୍ରଧାନ, ସନ୍ତୋଷ କୁମାର ଗୌଡ଼, ସୁରେଶ କାନ୍ତ ଜେନା, ମନୋରଞ୍ଜନ ମୁଦୁଲି, ଅଧ୍ୟାପିକା ସୁଚିତ୍ରା ପଣ୍ଡା, ସନକ କୁମାର ବିଶ୍ବାଳ, ସଂଯୁକ୍ତା ପାତ୍ର, ଅର୍ଚନା କୁମାରୀ ମୁନୀ, କ୍ରୀଡା ଅଧ୍ୟାପକ ନିହାର ରଞ୍ଜନ ପ୍ରଧାନ, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ