ପୋଲସରାରେ ” ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଆନୁକୂଲ୍ୟରେ ପୋଲସରା ଗୋପବନ୍ଧୁ ହାଇ ସ୍କୁଲ ପରିସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁରୁ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” କାର୍ଯ୍ୟକ୍ରମ ଡିସେମ୍ବର ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାସ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ସିଡ଼ିପିଓ ଭାରତୀ ମହାପାତ୍ର, ଏନଏସି କାଉନସିଲର ସୁକାନ୍ତି ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ମୋଟ ୩୮୨ ଜଣ ଭିନ୍ନକ୍ଷମ ନାମ ପଞ୍ଜିକୃତ କରିଥିଲେ। ଜଣେ ଭିନ୍ନକ୍ଷମଙ୍କୁ ଏକ ଟ୍ରାଇ ସାଇକେଲ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ପର୍ଯ୍ୟାୟ କ୍ରମେ ଉପକରଣ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ