ସରକାରୀ ଆଇଟିଆଇ ପରିସରରେ ଆଇଏନଏସ ଭିକ୍ରାନ୍ତର ଅବିକଳ ପ୍ରତିକୃତିକୁ ଉଦଘାଟନ କଲେ ବିଧାୟକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୋମବାର ଭାରତୀୟ ନୌସେନା ଦିବସ ଅବସରରେ ସ୍ଥାନୀୟ ସରକାରୀ ଆଇଟିଆଇ ପରିସରରେ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍କ୍ରାପ, ଅଦରକାରୀଲୁହା ଓ ଗଛ ରେ ତିଆରି ଏକ ଆଇଏନଏସ ଭିକ୍ରାନ୍ତର ପ୍ରତିକୃତି ଶୁଭ ଉଦଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିବା ସହିତ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଇଟିଆଇ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନେ ସ୍କ୍ରାପ୍‌, ଅଦରକାରୀଲୁହା ଓ ଗଛରେ ଏହାକୁ ନିର୍ମାଣ କରିଛନ୍ତି । ଏହାର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ୭୦ ଫୁଟ ଲମ୍ବା ଓ ୧୦ ଫୁଟ ଓସାର ରହିଛି । ଦୀର୍ଘ ୧ ବର୍ଷ ଧରି ଛାତ୍ରଛାତ୍ରୀ ମାନେ ନିଜ ପାଠ ପଢାରୁ ସମୟ ବାହାର କରି ଏହାକୁ ନିର୍ମାଣ କରିଛନ୍ତି । ଆଜି ଭାରତୀୟ ନୌସେନା ଦିବସ ଅବସରରେ ନୌସେନା କର୍ମଚାରୀ ମାନଙ୍କ ନିମନ୍ତେ ଏହାକୁ ସେମାନେ ଉତ୍ସର୍ଗୀକୃତ କରିଛନ୍ତି । ସୂଚନା ଥାଉ କି, ପୂର୍ବରୁ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି. ଡାକୋଟା ବିମାନର ପ୍ରତିରୂପ. ଅଦରକାରୀ ସାମଗ୍ରୀ ମିଶାଇଲ ମ୍ୟାନ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିଓ ମିଶାଇଲ ନିର୍ମାଣ କରି ସଫଳତା ହାସଲ କରିଥିଲେ । ତେବେ ଆଜି ଏଭଳି ଆଇଏନଏସ ଭିକ୍ରାନ୍ତ ନିର୍ମାଣ କରି ସେମାନେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଆଜିର ଏହି ଉଦଘାଟନୀ ସମାରୋହରେ ଛତ୍ରପୁର ପୁତିଗପାଳପୁର ସ୍ଥିତ ୟୁନିୟନ ବ୍ୟାଙ୍କ-୩ର ଶାଖା ପରିଚାଳକ ସୁରେଶ କୁମାର ରଥ, ଛତ୍ରପୁର ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ