ଅନ୍ୱେଷା ହଷ୍ଟେଲ ରେ ମଧ୍ୟାହ୍ନ ଭୋଜନ ବେଳେ ଭାତ , ଡାଲି ବିଭିନ୍ନ ସାମଗ୍ରୀ ଯୋଗାଇବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ରେ ଖାଦ୍ୟ ତାଲିକା ଅନୁସାରେ ଖାଦ୍ୟ ଦେବା , ସ୍ୱାସ୍ଥ୍ୟ ଓ ଟ୍ୟୁସନ ଶିକ୍ଷକ ଯୋଗାଇଦେବା ତଥା ସ୍କୁଲ ଓ ହଷ୍ଟେଲ ର ପରିବେଶ ଓ ପରିଚ୍ଛନ୍ନ ରଖିବା ସମେତ ବିଭିନ୍ନ ମୈାଳିକ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଶିକ୍ଷା ବଞ୍ଚାଅ ଅଭିଭାବକ ସଂଘ ପକ୍ଷରୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅନ୍ୱେଷା ହଷ୍ଟେଲ ରେ ମଧ୍ୟାହ୍ନ ଭୋଜନ ବେଳେ ଭାତ , ଡାଲି ବିଭିନ୍ନ ସାମଗ୍ରୀ ପ୍ରଦାନ କରିବା ନିମନ୍ତେ ସେମାନଙ୍କ ମୁଖ୍ୟ ଦାବୀ ରହିଛି । ଏନେଇ ସଂଘ ପକ୍ଷରୁ ପୂର୍ବରୁ ଭଂଜନଗର ଠାରେ ଅଭିଯୋଗ ଶୁଣାଣୀରେ ଜିଲ୍ଲପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୈାଣସି କାର୍ଯ୍ୟ କାରୀ ହୋଇ ନଥିବାରୁ ଆଜି ସେମାନେ ବାଧ୍ୟ ହୋଇ ଛତ୍ରପୁର ଆସି ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ଏହି ସ୍ମାରକ ପତ୍ର ପ୍ରଦାନ କରିଥିବା କହିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ନୀରାକାର ନାୟକ ଓ ଦେବରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ