ଅସମ୍ପୂର୍ଣ୍ଣ ବିଦ୍ୟାଳୟ କୁ ତରବରିଆ ଭାବେ ଉଦଘାଟନ କୁ ନେଇ ଜନ ଅସନ୍ତୋଷ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସଂଧ୍ୟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ଗୋପ ବ୍ଲକ ଅଞ୍ଚଳ ର ୧୦ ଟି ଫାଇବ ଟି ଯୋଜନା ରେ ଚତୁର୍ଥ ପର୍ଯ୍ୟାୟ ରେ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟ କୁ ଆଭାସି ରେ ଉଦଘାଟନ କରିଥିଲେ। ସେଥି ମଧ୍ୟରେ ନୟାହାଟ ନିକଟସ୍ଥ ବଉଲାଙ୍ଗ ପଞ୍ଚାୟତ କୋରୁଆଳ ପାଞ୍ଚଣା ଗ୍ରାମ ର ଦେଶବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ତେବେ ଉକ୍ତ ବିଦ୍ୟାଳୟ ରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଅତି ତରବରିଆ ଭାବେ ସ୍କୁଲ ଗୃହ ଉଦଘାଟନ କରାଯାଇଥିବା ବିଦ୍ୟାଳୟ ର ଆଲୁମିନ ସଭାପତି କମଳାକାନ୍ତ କୁଅଁର ଙ୍କ ସହିତ ଭ୍ରମରବର ବାରିକ ଓ ଧନେଶ୍ଵର ବେହୁରା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇ ଆମ ପ୍ରତିନିଧି ବିଦ୍ୟାଳୟ ରେ ପହଞ୍ଚି ସ୍କୁଲ ଗୃହ ରେ ଓ ବିଦ୍ୟାଳୟ ପ୍ରାଚୀର ରେ ରଙ୍ଗ ମରାଯାଉଥିବା ଦେଖିବାକୁ ପାଇଥିଲେ। ରୁପାନ୍ତିକରଣ ହୋଇଥିବା ବିଦ୍ୟାଳୟ ଫାଟକ ରେ ଯେପରି ଚିତ୍ର ଓ ଫାଇବ ଟି ର ସଙ୍କେତ ଲେଖା ଯିବା କଥା ତାହା ହୋଇନାହିଁ। ବିଦ୍ୟାଳୟ ରେ ରୁପାନ୍ତିକରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଅତି ତରବରିଆ ଭାବେ ଏହାକୁ ଉଦଘାଟନ କରାଯାଇଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାର ବିଦ୍ୟାଳୟ ର ରୁପାନ୍ତିକରଣ କାର୍ଯ୍ୟ ଶେଷ ହୋଇନଥିବା ସ୍ବୀକାର କରିଥିଲେ।ଉଦଘାଟନ ପରେ ସବୁ କାର୍ଯ୍ୟ କରାଯିବ ବୋଲି କହିଥିଲେ। ଆମ ପ୍ରତିନିଧି ଙ୍କୁ ବିଦ୍ୟାଳୟ ର ଫଟୋ ଉଠାଇବାକୁ ବାରଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦଘାଟନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନବ ନିର୍ମିତ ବିଦ୍ୟାଳୟ ର ସ୍ମାର୍ଟ ରୁମରେ ଏଲ ସି ଡି ରେ ଦେଖିଥିଲେ। ବଉଲାଙ୍ଗ ସରପଞ୍ଚ ନରହରି ଦଳାଇ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଉଦଘାଟନ ଉତ୍ସବ କୁ ଦେଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ