ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ୧୯୯୮ ବ୍ୟାଚ ର ଏକ ବନ୍ଧୁମିଳନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ୧୯୯୮ ବ୍ୟାଚ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଧଉଳିଗିରି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଆଶୁତୋଷ ହରିଚନ୍ଦନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବ ର ପ୍ରାରମ୍ଭ ରେ ପ୍ରଭୁ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଦିବଂଗତ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାଥନା କରାଯାଇଥିଲା ।କ୍ଷିତୀଶ ପ୍ରସାଦ ମହାନ୍ତି, ନଳିନୀକାନ୍ତ ସାହୁ,ସୟଦ ରଫତ , ପ୍ରତିଜ୍ଞା ମହାନ୍ତି, ନିଲୁଆ ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ। ମୋନାଲିସା ରଥ ଙ୍କ ସାୟରି ଶିବିରରେ ହର୍ଷଉଲ୍ଲାସ ଭରିଦେଇଥିଲା । ୭୦ ଜଣ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ମହାବିଦ୍ୟାଳୟ ଜୀବନର ସ୍ମୃତିଚାରଣ କରିଥିଲେ।ପରେ ପରେ ଧଉଳି ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୋନାଲିସା ଲେଙ୍କା ଙ୍କ ଦ୍ଵାରା କରାଯାଇଥିଲା । ଧଉଳି ପରିସରରେ ପର୍ଯ୍ୟଟକ ମାନଙ୍କୁ ବେଟି ବଚାଓ ବେଟି ପଢ଼ାଓ ର ବାର୍ତା ବାଣ୍ଟିଥିଲେ ।ପରିଶେଷରେ ଧଉଳି ଚତୁର୍ପାଶରେ ପର୍ଯ୍ୟଟକ ମାନେ ଏଣେତେଣେ ପକାଇଥିବା ଅଳିଆ ଆବର୍ଜନା କୁ ସଫା କରି , ପର୍ଯ୍ୟଟନ ସ୍ଥଳରେ ପଲିଥିନ ବ୍ୟବହାର ନ କରିବାକୁ ସମସ୍ତ ଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସେବା ମହାନ୍ତି, ରୁଚିକା ସାହୁ,ସୁଲୋଚନା ସାହୁ, ସୁଶ୍ରୀ ସଙ୍ଗୀତା ମହାନ୍ତି, ତାପସ ମହାନ୍ତି, ସୁମନପ୍ରଭା ସାହୁ,ସୁଶାନ୍ତ ପୃଷ୍ଟି, ସସ୍ମିତା ରଣସିଙ୍ଗ, ନମିତା ପଣ୍ଡା, ଲକି ବରାଳ,ବାପି ଓଝା, ସ୍ନିଗ୍ଧାମୟୀ ବରାଳ, ଜୟନ୍ତୀ , ଗାୟତ୍ରୀ ପ୍ରଧାନ, ବନ୍ଦନା , ଶ୍ରଦ୍ଧାଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି ବଖାଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ