ଋଣ ନାମ ରେ ମହିଳା ସଂଘ ର ଅର୍ଥ ହଡ଼ପ ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଧୂମାଳୋ ପଞ୍ଚାୟତ ର ଅନନ୍ତ ବାସୁଦେବ ମହିଳା ମହାସଂଘ ରସଭ୍ୟ ଥିବା କିଛି ମହିଳା ସଂଘ ର ଅଗୋଚର ରେ ତାଙ୍କ ସଂଘ ନାମ ରେ ଋଣ କରି ମହିଳା ମହାସଂଘ ରେ କାର୍ଯ୍ୟ କରୁଥିବା ସି ଆର ପି (କମିଟି ରିସର୍ଚ୍ଚ ପର୍ସନ ) ଓ ଏମ ବି କେ (ମାଷ୍ଟର ବୁକ୍ କିପର) ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ମହିଳା ମହାସଂଘ ର ସଭାନେତ୍ରୀ ସବିତା ବେହେରା ଓ ସମ୍ପାଦିକା କଳ୍ପଲତା ପାତ୍ର ନୟାହାଟ ଫାଣ୍ଡି, ଗୋପ ବିଡ଼ିଓ, ବ୍ଲକ ମିଶନ ଶକ୍ତି ଅଧିକାରୀ, ବ୍ଲକ ମହିଳା ମହାସଂଘ ନିକଟରେ ଗତକାଲି ଲିଖିତ ଅଭିଯୋଗ କରିଥିବାବେଳେ ଆଜି ଏହି ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ରେ ମହା ସଂଘ ର ମହିଳା ମାନେ ପଞ୍ଚାୟତ ର ମହିଳା ମହାସଂଘ କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ। ଅର୍ଥ ହଡ଼ପ କରିଥିବା ଦୁଇ ମହିଳା ଙ୍କୁ ଆଉ ସଂଘ କାର୍ଯ୍ୟାଳୟ ରେ କାର୍ଯ୍ୟ ନ କରାଇ ଦେବାକୁ ମହିଳା ମାନେ ଅଡ଼ି ବସିଥିଲେ। ଏ ସଂପର୍କ ରେ ଗୋପ ବିଡ଼ିଓ ଛବିରାଣୀ ସାହୁ ଙ୍କୁ ପଚାରିବାରେ ମହିଳା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି ଓ କେତେ ଅର୍ଥ ହେରଫେର କରାଯାଇଛି ତାର ତଦନ୍ତ କରାଯାଉଥିବା କହିବା ସହିତ ରିପୋର୍ଟ ମିଳିବା ପରେ ଅର୍ଥ ହେରଫେର କରିଥିବା ମହିଳା ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ବିଭିନ୍ନ ମହିଳା ସଂଘ ନାମ ରେ ସେମାନଙ୍କ ଅଜାଣତ ରେ ଲକ୍ଷ ଲକ୍ଷ ଟଙ୍କା ଋଣ କରାଯାଇଥିବା ମହିଳା ମହାସଂଘ ସମ୍ପାଦକ କଳ୍ପଲତା ପାତ୍ର ପ୍ରକାଶ କରି ଘଟଣା ର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି। ଯଦି ତୁରନ୍ତ ଏହି ଅର୍ଥ ହେରଫେର ଘଟଣା ର ତଦନ୍ତ କରାନଯାଏ ତେବେ ବାଧ୍ୟ ହୋଇ ମହିଳା ମହାସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଭା ନେତ୍ରୀ ସବିତା ବେହେରା ଚେତାବନୀ ଦେଇଛନ୍ତି। ଏହି ଘଟଣା ସମଗ୍ର ନୟାହାଟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ