ଆକୃଷ୍ଟ କରୁଛି ଭଞ୍ଜନଗର ୱାଟର ପାର୍କ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଜଳକ୍ରୀଡା ଉଦ୍ୟାନ ଶୁଭାରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରେ ନିର୍ମିତ ଅତ୍ୟାଧୁନିକ ବିଜୁ ପଟ୍ଟନାୟକ ଜଳକ୍ରୀଡା ଉଦ୍ୟାନ କୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ବିଡେକା ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ୱାଟର ପାର୍କ ଟି ପ୍ରାୟ ପାଞ୍ଚ ଏକର ଜମିରେ ବ୍ୟାପ୍ତ ରହିଥିବା ବେଳେ ୫ କୋଟି ଟଙ୍କାରେ ନିର୍ମିତ ହୋଇଛି। ପୂର୍ବରୁ ୱାଟର ପାର୍କ ର ମଜା ନେବା ପାଇଁ ପୁରୀ କିମ୍ବା ଭୁବନେଶ୍ୱର ଯିବାକୁ ପଡୁଥିଲା। ଏହି ଜଳକ୍ରୀଡା ଉଦ୍ୟାନ ଦକ୍ଷିଣ ଓଡ଼ିଶା ତଥା ଜଳ ସମ୍ପଦ ବିଭାଗ ଦ୍ଵାରା ନିର୍ମିତ ରାଜ୍ୟର ପ୍ରଥମ ପ୍ରକଳ୍ପ ଅଟେ। ଭଞ୍ଜନଗର ରେ ଏହି ୱାଟର ପାର୍କ ନିର୍ମାଣ ହେବା ପରେ ଏହା ଦକ୍ଷିଣ ଓଡିଶା ର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପାଲଟିବ ବୋଲି ଶ୍ରୀ ଆରୁଖ କହିଛନ୍ତି। ଏହି ୱାଟର୍‌ ପାର୍କରେ ଭାସମାନ ପୁଲ୍ ସହ ସ୍ଲାଇଡିଂ ପୁଲ୍, ରେନ୍ ବୋ’ଏରିଆ, ପାଣି ଖସଡ଼ା ଓ ପିଲାମାନେ ପାଣିରେ ଖେଳିବାକୁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏଥିସହ ପାର୍କ ଭିତରେ ଲନ୍ ଉପରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ କାଫେ ସହ ପୋଷାକ ବଦଳାଇବା ଓ କାର୍ଯ୍ୟାଳୟ ପାଇଁ କୋଠରି ନିର୍ମାଣ ହୋଇଛି। ଏହି ୱାଟର ପାର୍କର ପ୍ରବେଶ ଶୁଳ୍କ ଦର ଅନ୍ୟ ସମସ୍ତ ୱାଟର ପାର୍କ ଠାରୁ ସର୍ବନିମ୍ନ ଦର ରହିବ ବୋଲି ଜଣାପଡିଛି। ଏଥି ସହିତ ମନ୍ତ୍ରୀ ଶ୍ରୀ ଆରୁଖ ଶିଶୁ ଉଦ୍ୟାନ ପରିସରରେ ମିଶନ ଶକ୍ତି କାଫେ ଉଦଘାଟନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାଫେ ପରିଚାଳନା କରିବା ବୋଲି ଜଣାପଡ଼ିଛି। ଆୟୋଜିତ କାଯ୍ୟକ୍ରମ ରେ ଯନ୍ତ୍ରୀ ଇଂ ପ୍ରସନ୍ନ ମହାନ୍ତି, ସନ୍ତୋଷ କୁମାର ଗୌଡ଼ ଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ସମ୍ବର୍ଦ୍ଧିତ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ ଏହା କୁ ସଂଯୋଜନା କରିଥିଲେ। ଇଂ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ