ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ରେ ପୁଷ୍ୟାଭିଷେକ ଉତ୍ସବ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ର ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ( ନୂଆ ମଠ) ଠାରେ ପବିତ୍ର ପୌଷ ପୂର୍ଣ୍ଣିମା ଅବସର ରେ ପୁଷ୍ୟାଭିଶେକ ଉତ୍ସବ ପାଳିତ ହୋଇଥିଲା।ମଠ ରେ ପୂଜା ପାଉଥିବା ବାବା ମଧୁସୂଦନ ଙ୍କ ଶ୍ରୀ ବିଗ୍ରହ କୁ ପ୍ରଭୂ ଶ୍ରୀ ରାମ ଙ୍କ ବେଶ ରେ ସଜ୍ଜିତ କରାଯିବାପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ ଓ ପୂଜା କରିଥିଲେ।ମଠ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଶ୍ରୀ ଗୁରୁଦେବ ଙ୍କୁ ୧୦୮ କଳସ ଶୁଦ୍ଧ ଜଳ ରେ ସ୍ନାନ କରାଯିବାପରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀ ଗୁରୁଦେବ ଙ୍କୁ ଷୋଡଶ ଉପଚାର ପୂଜା ନୀତି ରେ ପୂଜା କରଯାଇଥିବାବେଳେ ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ବାସନ୍ତୀ ମା, ଅନୁ ମା ପ୍ରମୁଖ ବନ୍ଦାପନା କରିଥିଲେ। ବାବା ମଧୁସୂଦନ ଙ୍କ ପୁଷ୍ୟାଭିଷେକ ଉତ୍ସବ କୁ ଦେଖିବାକୁ ମଠ ରେ ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା।ମଠ ର ଭକ୍ତ ସେବକ ପ୍ରୀତି ରଞ୍ଜନ ଦାସ, କୃଷ୍ଣ ଚନ୍ଦ୍ର ଓଝା, ନୀଳମଣି ସାହୁ, ରମେଶ ବିଶି, ମହେଶ ସାହୁ,ନୀଳମଣି ଦଳାଇ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ