ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ମିଳିଛି ୪ ଲକ୍ଷ ୩୨ହଜାର ଟଙ୍କା ଓ ୧୫୧ କ୍ଵିଣ୍ଟାଲ ଚାଉଳ

ନିମାପଡା, (ସନ୍ତୋଷ ଦାଶ):ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଓଡିଶାର ସବୁ ଗାଁ ରେ ଅର୍ପଣ ରଥ ବୁଲିଥିବାବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକର ସମସ୍ତ ୩୨ ଟି ପଂଚାୟତ ଅଞ୍ଚଳ ଏବଂ ଏନଏସିର ୧୧ ଟି ୱାର୍ଡରେ ଅର୍ପଣ ରଥ ମଧ୍ୟ ବୁଲିଥିଲା।ଶ୍ରଦ୍ଧାଳୁ ଭକ୍ତ ମାନେ ଚାଉଳ ,ଗୁଆ ,ନଡ଼ିଆ ଧୂପକାଠି ,ଘିଅ ପ୍ରଭୃତି ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରିଥିଲେ। ନିମାପଡା ବ୍ଲକର ୩୨ ଟି ପଞ୍ଚାୟତ ଓ ଏନସିର ୧୧ ଟି ୱାର୍ଡରେ ଅର୍ପଣ ରଥକୁ ୪ ଲକ୍ଷ ୩୨ ହଜାର ଟଙ୍କା ,୫ ହଜାର ୪ ଶହ ୫୦ ଟି ନଡ଼ିଆ,୧୫୧ କ୍ୱିଣ୍ଟାଲ ୫୦ କେଜି ଚାଉଳ ଓ ୭୬ କେଜି ୬୦୦ ଗ୍ରାମ ଗୁଆ ମିଳିଥିବା କହିଛନ୍ତି ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ। ସମସ୍ତ ପଞ୍ଚାୟତରୁ ମିଳିଥିବା ଚାଉଳ,ଗୁଆ, ନଡ଼ିଆ ସବୁକୁ ଧଳେଶ୍ୱର ପଞ୍ଚାୟତ ଦହିଜଙ୍ଗ ର ଜଗନ୍ନାଥ ମନ୍ଦିରରେ ରଖା ଯାଇଥିବାବେଳେ ଏନଏସି ଅଞ୍ଚଳ ରୁ ମିଳିଥିବା ଚାଉଳ ,ଗୁଆ, ନଡ଼ିଆ ସବୁକୁ ସ୍ଥାନୀୟ ପତିତପାବନ ମନ୍ଦିରରେ ରଖା ଯାଇଛି। ମିଳିଥିବା ଟଙ୍କା କୁ ଆମେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କୁ ପ୍ରଦାନ କରିଛୁ ଆଉ ଚାଉଳ, ଗୁଆ ,ନଡ଼ିଆ ସବୁ କେଉଁ ଜାଗାକୁ ଯିବ ସେ ନେଇ ଉପରସ୍ତ ଅଧିକାରୀଙ୍କ ନିର୍ଦ୍ଦେଶ କୁ ଅପେକ୍ଷା କରିଛୁ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ଭକ୍ତ ,ଶ୍ରଦ୍ଧାଳୁ ଙ୍କ ଏହି ଅର୍ପଣ ଜଗା ପାଖରେ କେବେ ପହଞ୍ଚିବ ଏବଂ ସେହି ଚାଉଳରେ ମହାପ୍ରସାଦ ହେବ ନା ଖେଚୁଡ଼ି, ନା ଚାଉଳ ଚୁନା ହୋଇ ପିଠା କି ମୁରଜ ହେବ ତାହା ଜଣା ପଡିନାହିଁ।ଏହା ଛଡ଼ା ମିଳିଥବା ଗୁଆ ସବୁ ପାନ ମଣୋହୀ ରେ ଲାଗୁଛି ନା ନାହିଁ ତାହା ସମୟ ହିଁ କହିବ। ତେବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦାନ କରିଥିବା ଚାଉଳ, ନଡ଼ିଆ, ଗୁଆ ଯେପରି ନଷ୍ଟ ନ ହୋଇ ଶ୍ରୀ ମନ୍ଦିର ଯାଇ ପାରିବ ସେ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ଓ ଭକ୍ତ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ