ପୁର ଠାରୁ ପଲ୍ଲୀ ଉଡ଼ିଲା ତ୍ରିରଙ୍ଗା

ନିମାପଡ଼ା, (ସନ୍ତୋଷ ଦାଶ):ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ଅବସର ରେ ପୁରୀ ଜିଲ୍ଲା ର ପୁର ଠାରୁ ପଲ୍ଲୀ ଉଡ଼ିଥିଲା ତ୍ରିରଙ୍ଗା ପତାକା। ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ରେ ଯାଇ ଗାଇଥିଲେ ଜନ ଗଣ ମନ ଅଧି ନାୟକ ଜୟ ହେ…. ଗୀତ ଆଉ ସେମାନଙ୍କ ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ଧ୍ଵନୀ ରେ ପ୍ରକମ୍ପିତ ହୋଇପଡ଼ିଥିଲା ଗାଁ ଦାଣ୍ଡ ଆଉ ମୁଖ୍ୟରାସ୍ତା। ସମସ୍ତ ବିଦ୍ୟାଳୟ, କଲେଜ , ବୈଷୟିକ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ , ପଞ୍ଚାୟତ କାର୍ଯ୍ୟାଳୟ, ଥାନା , ଫାଣ୍ଡି ଓ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ରେ ସାଧାରଣତନ୍ତ୍ର ଦିବସ କୁ ଆନନ୍ଦ ଉଲ୍ଲାସ ର ସହ ପାଳନ କରା ଯାଇଥିଲା।ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହିତ ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଅବଗତ କରାଯାଇଥିଲା ।ସାଧାରଣତନ୍ତ୍ର ଦିବସ ପାଇଁ ପୁରୀ ଜିଲ୍ଲା ର ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ