୨୮ ଓ ୨୯ରେ ସର୍ବଭାରତୀୟ ଯାଦବ ମହାସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମଗ୍ର ଓଡ଼ିଶା ଗୋପାଳ ସମାଜ, ସମଗ୍ର ଓଡ଼ିଶା ଯାଦବ ଗୋପାଳ ପ୍ରଗତିଶୀଳ ସଂଗଠନ ଏବଂ ଅନ୍ୟ କେତେକ ଯାଦବ ଅନୁଷ୍ଠାନ ଜାଗୃତି ସମାବେଶର ଆୟୋଜନ କରିଥିଲେ । ଏହି ସମାବେଶର ସ୍ଥାନ ଭୁବନେଶ୍ୱର ରେଲୱେ ଖେଳ ପଡ଼ିଅ, ମଞ୍ଚେଶ୍ୱରରେ ଆୟୋଜନ କରିଥିଲେ । ୨୭ ତାରିଖ ଦିନ ଯାଦବ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଗୋଟିଏ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ଯାଦବ ଯୋଗଦେଇ ଉପସ୍ଥିତ ଶହ ଶହ ଯାଦବ ଭାଇ ଭଉଣୀମାନଙ୍କୁ ସେମାନଙ୍କର ଦାବି ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇଥିଲେ । ଉପର ଲିଖିତ ଯାଦବ ଅନୁଷ୍ଠାନ ଗୁଡ଼ିକ ୨୮ ତାରିଖ ଦିନ ଏକ ବିଶାଳ ଯାଦବ ଜାଗୃତି ସମାବେଶ ଆୟୋଜନ କରିଥିଲେ । ଏ ସମାବେଶରେ ସାରା ଓଡ଼ିଶାର ୩୦ଟି ଜିଲ୍ଲାରୁ ଅତି କମ୍‌ରେ ୫୦,୦୦୦ ଯାଦବ ଭାଇ ଓ ଭଉଣୀଙ୍କର ଯୋଗ ଦେବାର ଥିଲା । ଆହୁରି ମଧ୍ୟ ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ଏହ ସମାବେଶରେ ଯୋଗଦେଇ ଯାଦବ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେବାକୁ ସହମତି ପ୍ରକାଶ କରିଥିଲେ । କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିଶେଷ କରି ଯେଉଁମାନେ ନିଜକୁ ତଥାକଥିତ ଯାଦବ ନେତା ଭାବରେ ମଣୁଛନ୍ତି, ସେମାନେ ଉକ୍ତ ସମାବେଶରେ ହଜାର ହଜାର ଯାଦବ ଭାଇଭଉଣୀମାନଙ୍କର ସମାଗମ ସମ୍ଭାବନାକୁ ଦେଖି ଭୀତତ୍ରସ୍ତ ହୋଇଯାଇଥିଲେ । ଏହା ହାସ୍ୟାସ୍ପଦ ବିଷୟ ଯେ, ସେମାନେ ନିଜକୁ ଯାଦବ ସମାଜର ବଡ଼ପଣ୍ଡା ବୋଲି ତାଙ୍କର ଭ୍ରାନ୍ତ ଧାରଣାରେ ରହି ଏହି ସମାବେଶକୁ ପଣ୍ଡ କରିବା ପାଇଁ କୁଚକ୍ରାନ୍ତ କରି ବିଚାରାଳୟର ଦ୍ୱାରସ୍ଥ ହୋଇଛନ୍ତି । ଯାଦବ ସମାଜ ପାଖରେ ତାଙ୍କର ଲୋକପ୍ରିୟତା ଅତି ତୀବ୍ର ବେଗରେ କମିଯାଉଥିବାରୁ ଅତ୍ୟନ୍ତ ବିବ୍ରତ ଓ ଭିତତ୍ରସ୍ତ ହୋଇପଡ଼ିଛନ୍ତି । ଯେହେତୁ ୨୮ ତାରିଖ ସମାବେଶର ଆୟୋଜନ ବିଚାରାଳୟ ପରିସରକୁ ଚାଲିଗଲା, ସେହେତୁ ଉପର ଲଖିତ ଯାଦବ ସମାଜର କର୍ମକର୍ତ୍ତାମାନେ ଆଇନକୁ ସମ୍ମାନ ଜଣାଇ କୋର୍ଟର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସମାବେଶକୁ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ । ବିଭିନ୍ନ ଜିଲ୍ଲାରୁ ପ୍ରସ୍ତୁତ ହୋଇ ଆସୁଥିବା ହଜାର ହଜାର ଯାଦବ ଭାଇ ଓ ଭଉଣୀମାନଙ୍କୁ ନିଶ୍ଚିତ ଭାବରେ ସମାବେଶ ସ୍ଥଗିତ ହେତୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ସେଥିପାଇଁ ଆମ୍ଭେମାନେ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ । ବିଷୟରେ ବିଚାରାଳୟର ନିଷ୍ପତ୍ତି ଆସିବା ପରେ ଆମ୍ଭେମାନେ ଯାଦବ ଜାଗୃତି ସମାବେଶର ନୂତନ ତାରିଖ ଏବଂ ସ୍ଥାନ ଯଥାଶୀଘ୍ର ଘୋଷଣା କରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ