ଉପଯୋଗିତା ବଢ଼ାଇବା ଉପରେ ବଜେଟ୍‌ରେ ସରକାର ଗୁରୁତ୍ୱାରୋପ କରିବା ଦରକାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉପଯୋଗିତାରେ ବୃଦ୍ଧି ଅର୍ଥନୈତିକ ପ୍ରଗତିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବ । ସରକାର ବଜେଟ୍‌ରେ ସ୍ଥାୟୀ ଓ ନିରନ୍ତର ଅଭିବୃଦ୍ଧି ପ୍ରତି ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଦିଗରେ ବଜେଟ୍‌ରେ ଧ୍ୟାନ ଦେବେ ବୋଲି ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍‌ର ସିଏଫ୍‌ଓ ଆସିଫ୍ ମାଲ୍‌ବାରୀ ଆଶା ପ୍ରକଟ କରିଛନ୍ତି । ନିଜ ବଜେଟ୍ ସମ୍ପର୍କିତ ପ୍ରତିକ୍ରିୟରେ ସେ କହିଛନ୍ତି ସାଧାରଣ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ୨୦୨୪ର ଆଗାମୀ ବଜେଟ୍ ଏକ ଅନ୍ତରୀଣ ବଜେଟ୍ ହେବାକୁ ଯାଉଛି । ସେଥିରେ ସରକାର ନିରନ୍ତର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବେ ବୋଲି ମୁଁ ଆଶା କରୁଛି ବୋଲି ମାଲବାରୀ କହିଛନ୍ତି । ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ସରକାରଙ୍କୁ ଭବିଷ୍ୟତରେ ମୁଦ୍ରାସ୍ଫୀତିର ମୁକାବିଲା ଏବଂ ସେହି ସମୟରେ ବୃହତ ଅର୍ଥନୀତିରେ ଉପଯୋଗିତା ବଢ଼ାଇବା ଉପରେ ଧ୍ୟାନ ଦେବାକୁ ହେବ । ଗ୍ରାମାଚଂଳରେ ନିଯୁକ୍ତି ସୁଯୋଗ ଓ ଉପଯୋଗିତା ସୃଷ୍ଟି ପ୍ରତି ମଧ୍ୟ ଗୁରୁତ୍ୱ ବୋକୁ ପଡ଼ିବ । ପୁଂଜି ବ୍ୟୟ ପାଇଁ ପ୍ରୋତ୍ସାହନରେ ଉନ୍ନତି ଆଣିବା ଏବଂ ନସବୃଜନ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ୧୦୦ ବର୍ଷରେ ଭାରତ ଅଭିଳାଷ ଅନୁସାରେ ବଜେଟ୍‌ରେ ରପ୍ତାନିକୁ ବଢ଼ାଇବା ଏବଂ ଉଭୟ ଗ୍ରାମାଚଂଳ ଓ ସହରାଚଂଳ ବଜାରରେ ଅଧିକ ନିଯୁକ୍ତି ସୃଷ୍ଟଇ କରିବା ଲାଗି ବିପୁଳ ସମ୍ବଳ ଆବଂଟନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସ୍ଥାନୀୟ ଉତ୍ପାଦନ ସୁଦୃଢ଼ ହେବ ଏବଂ ଏକ ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ଭାରତ ସୃଷ୍ଟି ହୋଇପାରିବ ବୋଲି ମାଲବାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ