୩ଘଣ୍ଟା ଚାର୍ଜରେ ଯିବ ୧୩୬କିମି, ଗ୍ରିଭ୍ ଇଲେକ୍ଟ୍ରିକ୍ ମୋବିଲିଟି

ଭୁବନେଶ୍ବର,(ଯୁଗାବ୍ଦ ନ୍ୟୁଜ) : ଗ୍ରିଭ୍ସ୍ କଟନ ଲିମିଟେଡ୍ (ଜିଇଏମ୍ପିଏଲ୍)ର ଏକ ଅଂଶ ଗ୍ରିଭ୍ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରାଇଭେଟ ଲିମିଟେଡ୍ ଏହାର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ପାରିବାରିକ ବୈଦ୍ୟୁତିକ ସ୍କୁଟର ଆମ୍ପିୟର ନେକ୍ସସ୍ର ବଜାର ପ୍ରବେଶ କରାଇଛି। ଭୁବନେଶ୍ଵରଠାରେ ‘ସୂର୍ଯ୍ୟ ଆମ୍ପିୟର’ରେ ଆମିୟର ନେକ୍ସସ୍ର ଏକ୍ସ-ଶୋ’ରୁମ୍ ମୂଲ୍ୟ ଯାହାର ଦାମ ୧ଲକ୍ଷ ୧୦ହଜାର ଟଙ୍କରୁ ଆରମ୍ଭ ହୋଇଛି। ଅଦ୍ଭୁତପୂର୍ବ ଆରାମ, ଉନ୍ନତ ଗଠନ ଶୈଳୀ, କୃତ୍ରିମ ବୁଦ୍ଧିମତ୍ତା ଓ ନିରାପତ୍ତା ପ୍ରଦାନ କରିବା ସହିତ ଉଚ୍ଚକାର୍ଯ୍ୟଦକ୍ଷତା ଏବଂ ପରିବାର-କେନ୍ଦ୍ରିତ ବୈଶିଷ୍ଟ୍ୟଗୁଡିକ ଇଲେକ୍ଟ୍ରିକ୍ ସ୍କୁଟର ଅଭିଜ୍ଞତାକୁ ନୂଆ ରୂପରେ ବ୍ୟାଖ୍ୟା କରୁଛି। ଏହାର ନିର୍ଦ୍ଦେଶକ ତଥା ସିଇଓ କେ ବିଜୟ କୁମାର ଓ ସ୍ବତାଧିକରୀ ସୂର୍ଯ୍ୟକାନ୍ତ ନାୟକ କହିଛନ୍ତି ଯେ,‘ଆମ୍ପିୟର ନେକ୍ସସ୍ ହାଇ ସ୍ପିଡ୍ ଇଲେକ୍ ଟ୍ରିକ୍ ସ୍କୁଟରର ଅତି କମ୍ ଖର୍ଚ୍ଚରେ ବାଇକ୍ ଚାଲିବ ମାଇଲ ମାଇଲ ବାଟ । ମାତ୍ର ୩ ଘଣ୍ଟା ଚାର୍ଜ କଲେ ୧୩୬ କିମି ଯାଇପାରିବ । ଏଥି ସହ ସ୍ପିଡ଼୍ରେ ୯୩କିଲୋମିଟର ଯିବ ଏହି ବ୍ୟାଟେରୀ ଚାଳିତ ବାଇକ୍ । କମ୍ ଟଙ୍କାରେ ଏଭଳି ଅତ୍ୟାଧୁନିକ ବାଇକ ପାଣି ଆଣ୍ଠୁଏ ଥିଲେ ମଧ୍ୟ ଯାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ