ଟଙ୍କା ବଦଳ ନାଁରେ ଠକେଇ ୨ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡିର ପୋଲିସକୁ ବଡ ସଫଳତା ଏକ ବଡ ଧରଣର କଳା ଅର୍ଥ କାରବାରକୁ ରୋକିପାରିଛି ପାରଳାଖେମୁଣ୍ଡି ପୋଲିସ | ଆନ୍ଧ୍ରର କିଛି ବ୍ୟବସାୟୀ 30ଲକ୍ଷର ୫ସହ ନୋଟ୍ କୁ ୨ହଜାର ଟଙ୍କାରେ ପରିବର୍ତ୍ତନ କରୁଥିଲେ | ପିତ୍ୟେକ 2ହଜାର ନୋଟ୍ ପିଛା ଗୋଟିଏ ପାଞ୍ଚସହ ଟଙ୍କା ବଦଳାଇବାର ଡିଲରେ ଟଙ୍କା ଲେଣଦେଣ ହେଉଥିଲା | ଆନ୍ଦ୍ରର ଜନୈକ ବ୍ୟବସାୟୀ ଓ ପାରଳାଖେମୁଣ୍ଡିର ବସ ନାମକ ବ୍ଯକ୍ତିର ମଧ୍ୟରେ ହୋଇଥିଲା ଏହି ଡିଲ | ତେବେ ସେମାନଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହେଉଥିବା ବେଳେ ସ୍ଥାନୀୟ ବସ ନାମକ ବ୍ୟକ୍ତି ବ୍ୟବସାୟୀ ଟଙ୍କା ନେଇ ଦୈଡି ପଲାଇଯାଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଭଲିବଲ ଖେଳୁଥିଲେ ସେମାନେ କଳାଅର୍ଥ କାରବାରକାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ | ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ଟି ମୋବାଇଲ, ୩୦ଲକ୍ଷ ଜବତ କରିଛି। ଗିରଫ ହୋଇଥିବା ବ୍ଯକ୍ତି ଜଣକ ବିନୋଦ ରାଇପିଲି ଆନ୍ଦ୍ରପ୍ରଦେଶର ସାଲୁରୁ ଗ୍ରାମର ଅନ୍ୟ ଜଣେ ତନୁଜ କୁମାର ସାବତ ଗଜପତି ଜିଲ୍ଲାର କାର୍ଯ୍ୟରତ କନିଷ୍ଠେବୁଲ। ଉକ୍ତ ଘଟଣାରେ ଆଉ ୫ଜଣ ଫେରାର ଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବନ୍ଦ ନାୟକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ