ଜଣେ ବ୍ୟବସାୟୀଙ୍କ ଠାରୁ ସାଇବର ଠକ ୧ ଲକ୍ଷ ଟଙ୍କା ଲୁଟିନେଲେ

ପାରଳାଖେମୁଣ୍ଡି, (ତାରିଣୀ ): ଗଜପତି ଜିଲ୍ଲାର ହାଡୁଭାଙ୍ଗି ଗ୍ରାମର ଜଣେ ବ୍ୟବସାୟୀଙ୍କ ଠାରୁ ଜଣେ ସାଇବର ଠକ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ ଯେ, କାଶୀନଗର ଥାନା ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମର ଜନୈକ ସିମେଣ୍ଟ ବ୍ୟବସୟୀ ଅତାକୁଲ୍ଲା କବିତା, ସ୍ୱାମୀ ପେଡିଁଟି ବୈକୁଣ୍ଠାଙ୍କ ଠାରୁ ସାଇବର ଠକ ଏକ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ହସ୍ତଗତ ହୋଇଛି. ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ସମ୍ପୃକ୍ତ ସିମେଣ୍ଟ ବ୍ୟବସୟୀ ଓ ଥାନା ଅଧିକାରୀଙ୍କ ସଙ୍ଗେ ଯୋଗାଯୋଗ କରିବାରୁ ସେମାନେ କହିଲେ ଯେ, ଏହି ମାସ ୨୪ ତାରିଖ ଦିନ ଏଗାର ଘଣ୍ଟା ସମୟରେ ତାଙ୍କ ସ୍ୱାମୀଙ୍କ ଫୋନ ନଂ କୁ କାମଳ ସାହୁ ନାମକ ବ୍ୟକ୍ତି ପଚାଶ ବସ୍ତା ସିମେଣ୍ଟର ଆବଶ୍ୟକ ଥିବା କାଲ କରି ହାଡୁଭାଙ୍ଗି ରେଳ ଷ୍ଟେସନକୁ ପଠାଇବାକୁ କହିଥିଲା. କବିତା ଓ ତାଙ୍କ ସ୍ୱାମୀ ସିମେଣ୍ଟ ପଠାଇବା ବ୍ୟବସ୍ଥା କରୁଥିବା ସମୟରେ ସେହି ଅଦୃଶ୍ୟ ବ୍ୟକ୍ତି ଆଉ ଥରେ ଫୋନ କରି କେତେ ଟଙ୍କା ହୋଇଛି ବୋଲି ବୁଝି ପ୍ରଥମେ ତୁମେ ଫୋନ ପେ ଦ୍ୱାରା ଏକ ଟଙ୍କା ପଠାଇବା ପରେ ତୁମକୁ ଟଙ୍କା ଦେବି ବୋଲି କହିଥିଲେ. ଏମାନେ ଏକ ଟଙ୍କା ପଠାଇବା ପାଇଁ ଏକ ସ୍କାନର ଓ ଓଟିପି ଆସିବ ଓ ତୁମେ ସ୍କନର ଜରିଆରେ ଏକ ଟଙ୍କା ପଠାଇବା ପରେ ଓଟିପି ନଂ ମୋତେ କହିବ ବୋଲି ସେ କହି ଥିଲା. କବିତା ଓ ତାଙ୍କ ସ୍ୱାମୀ ସେହି ଠକ କଥାକୁ ବିଶ୍ୱାସ କରି ସେମାନେ ସବୁ କହିବା କ୍ଷଣି ତାଙ୍କ ଏନକାଉଣ୍ଟରୁ ତିନି ଥରରେ ଏକ ଲକ୍ଷ ଟଙ୍କା କଟି ଯାଇଥିଲା. ସେହି ଟଙ୍କା ପାରଳାଖେମୁଣ୍ଡି ସ୍ଥିତ ଏସ ବି ଆଇ ବଜାର ଶାଖା କୋମଳ ସାହୁଙ୍କ ଏନକାଉଣ୍ଟକୁ ଯାଇଛି ବୋଲି କହି କାଶୀନଗର ଥାନା ରେ ଏକ ମାମଲା ରୁଜୁ କରିଛନ୍ତି. ସ୍ଥାନୀୟ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ କେସ ନଂ ୧୫/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ