ରତିକାନ୍ତଙ୍କୁ ମିଳିଲା ସାହିତ୍ୟ ସଖା ସମ୍ମାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ରତିକାନ୍ତ ରାଉତଙ୍କୁ ସାଳନ୍ଦୀ ସାହିତ୍ୟ ସଙ୍ଗମ ପକ୍ଷରୁ ସାହିତ୍ୟ ସଖା ସମ୍ମାନରେ ସମ୍ମାନୀତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଟାଉନହଲ ଠାରେ ଟାଇମପାସ ଦ୍ୱାରା ଆୟୋଜିତ ସାଳନ୍ଦୀ ସାହିତ୍ୟ ସଙ୍ଗମ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ସାହିତ୍ୟକ ପବିତ୍ର ମୋହନ ପାଣିଗ୍ରାହୀ, ଗୀତିକାର ବିଜୟ ମଲ୍ଲ, ଗଦ୍ୟଶିଳ୍ପୀ ଅଭୟ ଦ୍ୱିବେଦୀ, ସଙ୍ଗିତ ନିଦେ୍ର୍ଦଶକ ଓମପ୍ରକାଶ ମହାନ୍ତି, କଳାକାର ଓ କବି ପବିତ୍ର ମୋହନ ଦାସ ପ୍ରମୁଖ ଯୋଗଦେଇ ରତିକାନ୍ତ ରାଉତଙ୍କୁ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୁମିକା ତୁଲାଇଥିବାରୁ ତାଙ୍କ କାର୍ଯ୍ୟଧାରାକୁ ଦେଖି ତାଙ୍କୁ ସାହିତ୍ୟ ସଖା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ରାଉତ ସମସ୍ତ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରି ବିପଦ ଆପଦରେ ପଡିଥିବା ଲୋକଙ୍କୁ ସହଯୋଗ ହାତ ବଢ଼ାଇଥାନ୍ତି । ସେ ଦୀର୍ଘବର୍ଷ ହେଲା ରାଜନୀତିରେ ପାଦଥାପି ବିଜେଡିର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହେବାସହ ଆମ ପୁଲିସ ସମିତିର ଅର୍ଗାନାଇଜର ଭାବେ କାର୍ଯ୍ୟ କରୁୁଥିବାବେଳେ ମହିଳା ସୁରକ୍ଷା କମିଟିର ଜଣେ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟକରୁଛନ୍ତି । ତାଙ୍କୁ ଏପରି ସମ୍ମାନେ ମିଳିବାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ