ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବରେ ସଂଗ୍ରାମଙ୍କୁ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ଇଞ୍ଜିନୟର ତଥା ଶୁଭପଲ୍ଲବ ଓଡ଼ିଆ ପତ୍ରିକାର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୁସ୍ତକ ପ୍ରକାଶନୀ ସଂସ୍ଥା ଟାଇମ୍ ପାସ୍ ପକ୍ଷରୁ ଭଦ୍ରକ ଶହୀଦ ସ୍ମୃତିଭବନ ଠାରେ ଆୟୋଜିତ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଉତ୍ସବରେ ଗୀତିକାର ବିଜୟ ମଲ୍ଲଙ୍କ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ । ଦୁଇ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଗାଳ୍ପିକ ରାମ ଚନ୍ଦ୍ର ବେହେରା, ଡ.କୈଳାଶ ପଟ୍ଟନାୟକ, ଡ.ଗିରିବାଳା ମହାନ୍ତି, ଶକ୍ତି ବରାଳ, ପଞ୍ଚାନନ ନାୟକ, ଶରତ ନାୟକ, ସୁବାସ ରାମ, ଡ.ରାଧା ବିନୋଦ ନାୟକ, ଡ.ରାଧାରାଣୀ ମହାପାତ୍ର, ଅମିତାଭ ଖିଲାର, ଅରୁଣ ଖିଲାର, ପୂଣ୍ଣ ଚନ୍ଦ୍ର ବହଳୀ, କୈଳାଶ ପଣ୍ଡା, କିଶୋର ପାଣିଗ୍ରାହୀ, ଅଭିଜିତ ନାୟକଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ଜଣାଶୁଣା କବି, ଗାଳ୍ପିକ, ଅଭିନେତା, କାହାଣୀକାର, ଗୀତିକାର, କଣ୍ଠଶିଳ୍ପୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆୟୋଜକ ସରୋଜ ବଳ, ସଭାପତି ପବିତ୍ର ପାଣିଗ୍ରାହୀ, ଉପଦେଷ୍ଟା ପତିତ ପାବନ ପାଣି, ସମ୍ପାଦକ ବିଚିତ୍ରାନନ୍ଦ ଜେନା ଓ ଅନ୍ତର୍ଯାମୀ ମହାରଣା ପ୍ରମୁଖ ସଂଗ୍ରାମଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ଗତ ୨୦୧୪ ମସିହାରୁ ଓଡ଼ିଆ ଉଇକି ପିଡ଼ିଆ ତଥା ଉଇକି ପାଠାଗାର, କମନ୍ସ ଉଇକିମିଡ଼ିଆ, ଉଇକିଡାଟା ଆଦିରେ ସକ୍ରିୟ ଭାବରେ ଯୋଗଦାନ କରି ଓଡ଼ିଆ ଭାଷାକୁ ମୁକ୍ତ ଭାବରେ ଉପଲବ୍ଧ କରାଇବା ପାଇଁ ସେ କାର୍ଯ୍ୟ କରୁଛନ୍ତି । ୨୦୧୮ ମସିହାରୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମାସିକ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ’ ନିୟମିତ ଭାବରେ ପ୍ରକାଶିତ ହୋଇଆସୁଛି । ନିକଟରେ ତାଙ୍କ ଗଳ୍ପ ‘ସିଗାରେଟ୍‌’ ପାଇଁ ସେ ଉଦୟରାଗ ସମ୍ମାନ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ