ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ ) : ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛେନାପଦିଛକର ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ଦାସ, କ୍ରୀଡା ଶିକ୍ଷୟତ୍ରୀ ସୁରଭୀ ଦାସ, ପ୍ରଧ୍ୟାପକ ହିମାଶୁଂ ଶେଖର ମିଶ୍ର, ଆଳତୀ ଦାସ, ଅଧ୍ୟାପକ ଦତ୍ତାତ୍ରୟ ସାମଲ, ଅଦ୍ୟାପିକା ପଲ୍ଲିଶ୍ରୀ ପାଇକରାୟ, ଶୁଭସ୍ମିତା ପଳତା, ସ୍ୱର୍ଣ୍ଣଲତା ପଣ୍ଡା, ଦିପ୍ତୀମୟୀ ଜେନା, ସୁମିତ୍ରା ବେହେରା, ସୁହାସିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ କ୍ଷେତ୍ରରେ ଆତ୍ମରକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହାଦ୍ୱାରା ଛାତ୍ରୀମାନେ ସବୁ ସମୟରେ ନିଜକୁ ସୁରକ୍ଷିତ ରଖିବାରେ ସଫଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରଶିକ୍ଷିକା ସୀମା ସିମନ୍ତିନୀ ସାହୁ, ବିଳାସିନୀ ସାହୁଙ୍କ ସମେତ ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ