ବାପୁଙ୍କ ମହାପ୍ରୟାଣରେ ଭଜନ ସନ୍ଧ୍ୟା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ, ଶହୀଦ ଦିବସ ଅବସରରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଭଜନ ସନ୍ଧ୍ୟା, ଆଜି ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ, ବିଶ୍ୱବାସୀ ଯେତେବେଳେ ଗାନ୍ଧୀ ଦର୍ଶନକୁ ଶ୍ରଦ୍ଧାର ସହ ଗ୍ରହଣ କରୁଛନ୍ତି, ଆମେ ଭାରତବାସୀ ଆମ ଉତ୍ତରପିଢିଙ୍କୁ ଏହି ବିଷୟରେ ସଚେତନ କରୁନାହୁଁ । ଆମେ ନିଜ ଘର ଭିତରେ ଯେତିକି ଗାନ୍ଧୀ ଆଦର୍ଶକୁ ଆପଣେଇବା, ଆମ ପିଲାଙ୍କ ଉପରେ ତାର ଯଥେଷ୍ଟ ପ୍ରଭାବ ପଡ଼ିବ । ପ୍ରତିଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ଅବସରରେ ଦେଶରେ ଶାନ୍ତି, ସଦ୍‌ଭାବନା ଓ ସଂହତିକୁ ଦୃଢ କରିବା ପାଇଁ ଏକ ସକଳ୍ପ ପାଠ କରାଇଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଓଡ଼ିଶା ସରକାରଙ୍କ ପୂର୍ବତନ ଶାସନ ସଚିବ ପଞ୍ଚାନନ ଦାସ ମହାତ୍ମା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଆମେ ସମାଜରେ ଏକ ମିଥ୍ୟାର ପ୍ରଚାର ପ୍ରସାର କରୁଛେ, ଯାହା ଫଳରେ ଆଜିର ଯୁବ ସମାଜ ପଥଭ୍ରଷ୍ଟ ହୋଇ ଗତି କରୁଛି । ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପ୍ରଶାସକ, ନେହେରୁ ଯୁବକେନ୍ଦ୍ରର ଅଧ୍ୟକ୍ଷ ସହଦେବ ଜୟସିଂହ, ଗାନ୍ଧୀ ଦର୍ଶନ ହିଁ ଭାରତର ଆତ୍ମା ବୋଲି କହିଥିଲେ । ଗାନ୍ଧୀ ମିଶନର ସମ୍ପାଦକ ପୂର୍ବ ପ୍ରଶାସକ ଜୟନ୍ତ ଦାସ ଗାନ୍ଧୀଙ୍କୁ ଭଗବାନଙ୍କ ଅବତାର ଭାବରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀ ଦର୍ଶନକୁ ନେଇ ହୋଇଥିବା ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ ଓ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆର୍ôଥକ ପୁରସ୍କାର ଓ ଅନ୍ୟ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଶ୍ରୀମତୀ ମିନତୀ ମଲ୍ଲ ଧନ୍ୟବାଦ ଦେଇଥିଲେ । ଗୁରୁ ସୀତାଂଶୁ ରାଉତ ଓ ସାଥୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ଓ ବୈଷ୍ଣବ ଜନ ତୋ ତେନ କହି ହେ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟ ପ୍ରଫେସର ଡଃ କନକ ମଞ୍ଜରୀ ମିଶ୍ର ଓ ଯୋଗାଚାର୍ଯ୍ୟ ପୃଥ୍ୱୀରାଜ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ