ଗାନ୍ଧିଜୀଙ୍କ ଆଦର୍ଶଭାରତ ବର୍ଷକୁ ଭାତୃତ୍ବର ମାର୍ଗଦର୍ଶନ କରାଇଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗାନ୍ଧିଜୀଙ୍କ ପୂଣ୍ୟତିଥି ଅବସରରେ ମହାତ୍ମାଗାନ୍ଧୀଙ୍କ ସ୍ମୃତିକୁ ମନେପକାଇ ଆଜିର ସୃଜନି ପକ୍ଷରୁ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆଦିତ୍ୟଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିବିଭାଗ ନିର୍ଦେଶକ ଦିଲ୍ଲୀପ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧି ଦର୍ଶନ ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ ଗାନ୍ଧିଜୀଙ୍କ ମହାନତ୍ୟାଗ ଓ ସଂଗ୍ରାମ ଭାରତ ବର୍ଷକୁ ସ୍ବାଧୀନତା ଦେବା ସହ ବିଶ୍ବକୁ ଅହିଁସାର ବାର୍ତ୍ତା ଦେଇଥିଲା।ଗାନ୍ଧିଜୀଙ୍କ ଆଦର୍ଶ ଭାରତ ବର୍ଷକୁ ଭାତୃତ୍ବ ଭାବରେ ବାନ୍ଧିରଖିବାକୁ ମାର୍ଗଦର୍ଶନ କରାଇଛି। ଆଜିର ସୃଜନିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷାଡ. ସୁଜାତା ନନ୍ଦ ଅନୁଷ୍ଠାନର ଆଭି ମୁଖ୍ୟ ଉପରେ ଆଲୋକପାତ କରି ଆସ ଗାନ୍ଧିଜୀଙ୍କୁ ଜାଣିବାବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।ପ୍ରାୟ ପଚାଶଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ସତୁରିଟି ବିଭାଗରେ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଭିତରେ ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା ଓ ବାଦ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗ ଉପନିର୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ପଲ୍ଲୀ ପଟ୍ଟନାୟକ, ସଂଘମିତ୍ରା ପତି, ରିନା ରାଉତରାୟ, ଏବଂ ପ୍ରତ୍ୟୁଷା ନନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ