ଓଡ଼ିଶା ଏମ୍ଏସ୍ଏମ୍ଇ କନକ୍ଲେଭ-୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଲଘୁ ଉଦ୍ୟୋଗ ବିକାଶ ଫୋରମ୍ପକ୍ଷରୁ ସ୍ଥାନୀୟ ରେଳ ସଦନ ସଭାଗୃହରେ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଏହାକୁ ଲଘୁ ଉଦ୍ୟୋଗ ବିକାଶର ଜାତୀୟ ଅଧ୍ୟକ୍ଷ ରଜନିଶ ଗୋୟେଙ୍କା ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ର ଏକ ସଫଳ ରୁପାୟନ ହେଉଛି ଭାରତ ବର୍ଷର ସୃଷ୍ଠି ହେଉ ଥିବା ଲକ୍ଷାଧିକ ଲଘୁ ଉଦ୍ୟୋଗ।ଓଡିଶାରେ ମଧ୍ୟ ଲଘୁ ଉଦ୍ୟୋଗ ମାଧ୍ୟମରେ ରୋଜଗାର ବଢ଼ିବା ସହିତ ବେକାରୀ ସଂଖ୍ୟା ହ୍ରାସପାଉଛି।ସଂଖ୍ୟାଧିକ ନିଯୁକ୍ତି ଏହି ସବୁ ଲଘୁ ଉଦ୍ୟୋଗୀ ମାନେ ସାରା ଦେଶରେ ସୃଷ୍ଠି କରିଛନ୍ତି।ଏଥି ସହିତ ଉତ୍ସବରେ ଯୋଗ ଦେଇଥିବା ଉଦ୍ୟୋଗୀମାନଙ୍ କୁଉତ୍ସାହିତ କରିଥଲେ।ଏହି ସମ୍ମିଳନୀରେ ବକ୍ତାଭାବରେ ଓଡ଼ିଶା ପ୍ରୋଜେକ୍ଟ ଓ ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର ନିର୍ଦ୍ଦେଶକ ରବୀନ୍ଦ୍ରକୁମାରସାହୁ, ମିଟସ୍ ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ଏନଏସ୍ଆଇସି ଡ଼ିଜିଏମ ଅନୁପମ ଗାୟନ, ଭାରତୀୟ କ୍ଷୁଦ୍ରଶିଳ୍ପ ବିକାଶ ବୋର୍ଡ ଡିଜିଏମ ପ୍ରଦ୍ୟୁମ୍ ନଚୌଧରୀ, କ୍ଷୁଦ୍ର, ଅଣୁକ୍ଷୁଦ୍ର ଓ ମଧ୍ୟମ ଉପ – ନିର୍ଦ୍ଦେଶକ ଡି. ସି ମିଶ୍ର ଯୋଗଦେଇ ଲଘୁ ଉଦ୍ୟୋଗ ସଂମ୍ପର୍କରେ ସୂଚନା ପ୍ରଦାନ କରିଥଲେ।ଏତଦ୍ବ୍ୟତୀତ ସରକାରଙ୍କ ବିଭିନ୍ନ ଅଧିକାରୀ, ବ୍ୟାଙ୍କ ଅଧିକାରୀ, ଘରୋଇ ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଏହି ସମ୍ମିଳନୀରେ ଯୋଗ ଦେଇ ନିଜର ଅଭିଜ୍ଞତା ପ୍ରଦାନ କରିଥଲେ। ଲଘୁ ଉଦ୍ୟୋଗ ବିକାଶ ଓଡ଼ିଶା ଚାପ୍ଟରର ଆବାହକ ରବି ମାଝୀ, ଆବାହକ ପ୍ରଦୀପ ଚକ୍ର, ଶ୍ରୀମତୀ ସବିତା ପାଣ୍ଡା, ରାଜ୍ୟସଂପାଦକ ସୁରେନ୍ଦ୍ର ମଲ୍ଲିକ , ଜାତିୟ ସଚିବ ଅଜୟ ମାଥୁର, ହେମନ୍ତ ରାଷ୍ଟୋଗି ପ୍ରମୁଖ ଯୋଗଦେଇ ଓଡ଼ିଶା ଲଘୁ ଉଦ୍ୟୋଗ ସଫଳତା ସଂମ୍ପର୍କରେ ମତ ରଖିଥିବା ବେଳେ, ଓଡ଼ିଶା ଚାପ୍ଟର ସମସ୍ତ ଜିଲ୍ଲା କାର‌୍ୟ୍ୟ କର୍ତ୍ତା ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ