ଆଦାନି ଗ୍ରିନ୍ ଏନର୍ଜି ଲିମିଟେଡ୍‌ର ରାଜସ୍ୱ ୫୭% ବୃଦ୍ଧି ପାଇ ୫୭୯୪ କୋଟି ଟଙ୍କା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ମଧ୍ୟରେ ଆଦାନି ଗ୍ରିନ୍ ଏନର୍ଜି ଉଲ୍ଲେଖନୀୟ ଆର୍ଥିକ ଫଳାଫଳ ହାସଲ କରିଛି । କମ୍ପାନିର ରାଜସ୍ୱ ପରିମାଣ ୫୭ ପ୍ରତିଶତ ବୃଦ୍ଧି ପାଇ ୫୪୧୨ କୋଟଇ ଟଙ୍କା ହୋଇଛି । ଏହି ସମୟରେ ଇବିଆଇଟିଡିଏ ୫୨ ପ୍ରତିଶତ ବୃଦ୍ଧି ପାଇ ୫୪୧୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍ ୯୨ ପ୍ରତିଶତ ରହିଛି । ନଗଦ ଲାଭ ପରିମାଣ ୬୧ ପ୍ରତିଶତ ବୃଦ୍ଧି ପାଇ ୨୯୪୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଲର ରନ୍‌-ରେଟ୍ ୭୮୦୬ କୋଟି ଟଙ୍କା ହୋଇଛି । ପରିଚାଳନା ଦକ୍ଷତା ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇ ୮୪୭୮ ମେଗାୱାଟ୍ ହୋଇଥିବା ବେଳେ ଶକ୍ତି ବିକ୍ରି ୫୯ ପ୍ରତିଶତ ବୃଦ୍ଧି ପାଇ ୧୬,୨୯୩ ମେଗାୱାଟ୍ ହୋଇଛି । ଆଦାନି ଗ୍ରିନ୍ ଏନର୍ଜି ଲିମିଟେଡ୍‌ର ସିଇଓ ଅମିତ ସିଂହ କହିଛନ୍ତି ଯେ, “ନିକଟରେ ଘୋଷିତ ଇକ୍ୱିଟି ଏବଂ ଋଣ ପୁଞ୍ଜି ସଂଗ୍ରହ ସହିତ ଆମେ ୨୦୩୦ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୫ ଗିଗାୱାଟ୍ କ୍ଷମତାକୁ ହାସଲ କରିବା ଲାଗି ଅଭିବୃଦ୍ଧି ପାଇଁ ପୁଞ୍ଜି ପରିଚାଳନା ଢାଂଚା ପ୍ରସ୍ତୁତ କରିଛୁ । ଆମେ ଲୋକାଲାଇଜେସନ, ବ୍ୟାପକ ଡିଜିଟାଲାଇଜେସନ୍‌, କର୍ମଚାରୀ ସମ୍ପ୍ରସାରଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳା ଉପରେ ଧ୍ୟାନ ଦେବା ସହ ଆମ କ୍ଷମତା ବୃଦ୍ଧି ଜାରି ରଖିଛୁ । ଆମେ ଗୁଜରାଟର ଖଭଡାଠାରେ ବିଶ୍ୱର ସର୍ବବୃହତ ଅକ୍ଷୟ ଶକ୍ତି ପ୍ଲାଂଟ୍ ଉପରେ କାର୍ଯ୍ୟ କରୁଛୁ ଏବଂ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନିଗୁଣ କରିବାର ଲକ୍ଷ୍ୟକୁ ବିଶ୍ୱ ଗ୍ରହଣ କରୁଥିବାବେଳେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକର ବ୍ୟାପକ ବିକାଶ ପାଇଁ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଚେଷ୍ଟା କରଛୁ । ଆଲୋଚ୍ୟ ସମୟରେ ଆଦାନି ଗ୍ରିନ୍ ଏନର୍ଜି ଲିମିଟେଡ୍ ୧୦୫୦ ମେଗାୱାଟ୍‌ର ପୋର୍ଟଫୋଲିଓକୁ ଆଦାନି ଗ୍ରିନ୍ ଏନର୍ଜି ଓ ଟୋଟାଲ ଏନର୍ଜି ମଧ୍ୟରେ ସ୍ଥାପନ କରାଯାଇଥିବା ଯୌଥ ଉଦ୍ୟୋଗକକୁ ୨୪୯୭ କୋଟି ଟଙ୍କାରେ ସ୍ଥାନାନ୍ତର କରିଛି । ଟୋଟାଲ ଏନର୍ଜିସ୍ ସହିତ କଂପାନିର ଗୁରୁତ୍ୱପୂର୍ଣ୍ଣ ସହଯୋଗିତାକୁ ଏହା ଦର୍ଶାଉଛି । ସେବିର ଆଇସିଡିଆର୍ ନିୟମ ଅନୁସାରେ ଆଦାନି ଗ୍ରିନ୍ ଏନର୍ଜି ପକ୍ଷରୁ ପ୍ରମୋଟର ଗ୍ରୁପ୍‌କୁ ୯୩୫୦ କୋଟି ଟଙ୍କା ଜାରି କରାଯାଇଛି । ୨୦୩୦ ସୁଦ୍ଧା ୪୫ ମେଗାୱାଟ୍‌ର ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ପଥରେ କମ୍ପାନି ଠିକ୍ ଭାବେ ଆଗକୁ ବଢ଼ୁଛି । କମ୍ପାନି ଏହାର ୩ ବିଲିଅନ ଡଲାର ଋଣ ଯୋଜନା ଅନୁସାରେ କନଷ୍ଟ୍ରକ୍ସନ ଫାଇନାନ୍ସିଂ ଫ୍ରେମ୍‌ୱର୍କର ଅଂଶ ସ୍ୱରୂପ ୧.୩୬ ବିଲିଅନ୍ ଡଲାରର ପାଣ୍ଠି ହାସଲ କରିଛି । ଏହି ପାଣ୍ଠି କମ୍ପାନିକୁ ଏହା ଗୁଜରାଟର କଭଡ଼ାଠାରେ ନିର୍ମଣେ କରୁଥିବା ଅକ୍ଷୟ ଶକ୍ତି ପ୍ଲାଂଟ୍‌କୁ ବିକାଶ କରିବାରେ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ