ଛତ୍ରପୁରରୁ ୫୮ କେଜି ଗଂଜେଇ ଜବତ, ସ୍କୁଟି ସହ ଦୁଇ ଗିରଫ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଷ୍ଟେସନରୋଡ଼ ଛକ ନିକଟରୁ ଅଚାନକ ଚଢ଼ଉ କରି ଏକ ସ୍କୁଟି ଯୋଗେ ଗଂଜେଇ ଚାଲାଣ ହେଉଥିବା ଗାଡି କୁ ଧରିଲା ଅବକାରୀ ବିଭାଗ l ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ସୋମବାର ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଥାନା ପାକ୍ଷ ରୁ ଏକ ସ୍କୁଟି ଯୋଗେ ଗଂଜେଇ ଚାଲାଣ ହେଉଥିବା ଚଢ଼ଉ କରି କାବୁ କରିଥିଲା ଏହି ଟିମ l ଏହି ସ୍କୁଟି ରେ ଥିବା ୫ ୮ କେଜି ଗଂଜେଇ କୁ ଜବତ କରିବା ସହଦୁଇଜଣ ଙ୍କୁ ଗିରଫ କରିଥିଲା l ଜବତ ଗଂଜେଇ ର ଅନୁମାନ ଙ୍କ ମୂଲ୍ୟ ପ୍ରାୟ ଛଅ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l ଗିରଫ ଦୁଇଜଣ ହେଲେ ବେଗୁନିଆପଡା ଅଂଚଳ ର ପ୍ରଦୀପ କୁମାର ସ୍ୱାଇଁ ଓ ଶଙ୍କର ବେହେରା ବୋଲି ଜଣାପଡିଛି l ଦୁହେଁ ଗଂଜେଇ ଗଜପତି ରୁ ଭୁବନେଶ୍ୱର କୁ ଚାଲାଣ କରିବା ନିମନ୍ତେ ଉଦ୍ୟମ କରୁଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l ଏହି ଚଢ଼ାଉ ରେ ଜିଲ୍ଲା ଅବକାରୀ ଭ୍ରାମ୍ୟ ମାଣ ଥାନା ଏସ ଆଇ ସୂର୍ଯ୍ୟ ନାରାୟଣ ରଥ, ଏଏସଆଇ ରବୀନ୍ଦ୍ର ନାଥ ବିଶ୍ୱାଳ ଓ ବସନ୍ତ କୁମାର ମଲ୍ଲିକ, ସୁଜିତ ପ୍ରଧାନ, ଧନଞ୍ଜୟ ଦାସ, ରୀନା ରେଡ୍ଡୀ ଓ ମଧୁ ସୁଦନ ଯାନୀ ପ୍ରମୁଖ ସାମିଲ ଥିଲେ, 251/2024 ନଂ କେସ ରୁଜୁ କରି ଗିରଫ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ