ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ

ଢେଙ୍କାନାଳ, (ତାପସଦାସ):ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ରେ +୨ କଳା,ବିଜ୍ଞାନ,ବାଣିଜ୍ୟ ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ! ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମଲ୍ଲ ଅଧ୍ୟକ୍ଷତା କରି ସମାଜରେ ନାରୀମାନଙ୍କ ଜୀବନରେ ଆତ୍ମରକ୍ଷା ବିଶେଶ୍ୱତ ଏବଂ ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ପ୍ରଶିକ୍ଷଣ ଶିବିର ର ସଂଯୋଜିକା ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଷ୍ଠାର ସହ ଏହି ପ୍ରଶିକ୍ଷଣ କାର୍ଯ୍ୟ କ୍ରମ କୁ ପୁରା କରିବାକୁ ପରାମର୍ଶ ଦେଇଥିଲେ। ମାଷ୍ଟର ଟ୍ରେନର ଭାବେ ସତରୁପା ଦେହୁରୀ , ଜ୍ୟୋତିର୍ମୟୀ ମହାପାତ୍ର , କଳ୍ପନା ସାହୁ, ରୁନୁବାଳା ବାରିକ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳି ତାଲିମ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ