ପରିବେଶ ପାଇଁ ଏକାଠି ହେଲେ ଯୁବକ, ସବୁଜ ଉତ୍କଳ ସେବା ଟ୍ରଷ୍ଟ ଉଦ୍ଘାଟିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) :ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁସ୍ଥ ରହିବା ସହ ଓ ଜଳସ୍ଥଳ ବୃଦ୍ଧି କରିବାରେ ସହାୟକ ହେବ । ବ୍ୟାପକ ବୃକ୍ଷ ରୋପଣ ସହ ବର୍ଷାଦିନରେ ଜଳ ସଂଚୟ ଆବଶ୍ୟକ ପରିବେଶ ସୁରକ୍ଷା ପାଇଁ ଭୀମଟାଙ୍ଗିଠାରେ ସବୁଜ ଉତ୍କଳ ସେବା ଟ୍ରଷ୍ଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଆଇଏମ୍ଏମ୍ଟିର ମୁଖ୍ୟ ବଙ୍କିମ ଚନ୍ଦ୍ର ତିପାଠୀ, ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ, ଏୟାର ଫିଲଡ଼୍ ଥାନା ଅଧିକାରୀ ଅଶୋକ କୁମାର ନାୟକ, ମୁରବୀ ମାନସ ରଂଜନ ପଟ୍ଟନାୟକ, ଶଶିର ସେନାପତି, ପନୁ ନାୟକ ପ୍ରମୁଖ ଉପସ୍ଥିତଥିଲେ । ମୁଖ୍ୟ ବକ୍ତାଭାବେ ପରିବେଶ ପ୍ରେମୀ ଡ଼ ଲିଙ୍ଗରାଜ ସାହୁ ପ୍ରସ୍ତାବ ଦେଇ କହିଥିଲେ ଯେ ସାଧାରଣ ଲୋକଙ୍କୁ ଭଣ୍ଡା ଓ ସଜନା ଗଛର ଚାରା ପ୍ରଦାନ କଲେ ସେମାନେ ନିଜ ପାଇଁ ଏହାର ଯତ୍ନ ନେବେ । ଏହା ଦ୍ୱାରା ଅଧିକ ବୃକ୍ଷ ରୋପଣ ହେବା ସହ ପରିବେଶ ସୁସ୍ଥ ହେବ । ଏହା ଦ୍ୱାରା ସବୁଜ ଉତ୍କଳ ଗଠନ ସୁନାମ ଆଣିବ । ଅନୁଷ୍ଠାନର ସଭାପତି ରତ୍ନାକର ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଆଦିତ୍ୟ ପାଢ଼ୀ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ବିଧାୟକଙ୍କ ବିଏମ୍ସି ପ୍ରତିନିଧି ଦାଶରଥି ଗରାବଡ଼ୁ, ଅର୍ଥ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ସଚିବ ସୁରେଶ ପ୍ରସାଦ ତ୍ରିପାଠୀ, ଉପସଭାପତି ସଞ୍ଜୟ ଦାସ, କୋଷାଧ୍ୟକ୍ଷ ପ୍ରତ୍ୟୁଷ ମଲ୍ଲ, ସାସ୍କୃତିକ ସମ୍ପାଦକ ସୁରେଶ ନାୟକ, ସୁକାନ୍ତ ପଣ୍ଡା, ସଂଯୋଜକ ନୀଳ ମାଧବ ମହାନ୍ତି, ଇଂ ମାନସ କୁମାର, ବଳରାମ ପରିଡ଼ା, ମାନସ କୁମାର ମହାରଣା, ପ୍ରଦୀପ ବାରକ୍ ସମେତ ସମସ୍ତ କର୍ମକର୍ତା ଉପସ୍ଥିତଥିଲେ । ଏହି ଅବସରରେ ପରିବେଶ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗୀତାର ପୁରଷ୍କାର ପ୍ରଦାନ କରାଯିବା ସହ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ