ଫିନିକ୍ସ ସେବା ଓ ସେବା ହି ସେବା ପକ୍ଷରୁ କମ୍ବଳ ବଣ୍ଟନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ବିଗତ ଦିନରେ ଶୀତର ପ୍ରକୋପରେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କର ମୃତ୍ୟୁ ହେବାର ନଜିର ରହିଛି । ଶୀତଦିନେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ସହଯୋଗ କରିବାକୁ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ଫିନିକ୍ସ ସେବା ଓ ସେବା ହି ସେବା’ ଆଗେଇ ଆସିଛି । ରସୁଲଗଡ଼ ଠାରୁ ଆରମ୍ଭ କରି ଲକ୍ଷ୍ମୀସାଗର ଛକ, କଳ୍ପନା ଛକ, ରାଜମହଲ ଓଭରବ୍ରିଜ୍ ତଳେ ଓ ରେଲୱେ ଷ୍ଟେସନ ମଧ୍ୟରେ ରାସ୍ତା ପାଶ୍ୱର୍ରେ ଓ ଗଛତଳେ ଶୋଇଥିବା ଶତାଧିକ ଲୋକଙ୍କୁ ଫିନିକ୍ସ ସେବା ଓ ସେବା ହି ସେବାର ମିଳିତ ଆନୁକୂଲ୍ୟରେ କମ୍ବଳ ଓ ଖାଦ୍ୟ ବଣ୍ଟନ କରାଯାଇଛି । ଏହାସହିତ ପଡ଼ୋଶୀ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସର୍ବସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଫିନିକ୍ସ ସେବାର ଅଧ୍ୟକ୍ଷ ମଲିକ ଆୱେସ ଓ ସେବା ହି ସେବାର ଅଧ୍ୟକ୍ଷ ମାନବପ୍ରେମୀ ପ୍ରୀତମ, ପାୟଲ ମହାନ୍ତି, ସୂର୍ଯ୍ୟନାରାୟଣ ମିଶ୍ର, ଭାଗିରଥି, ତ୍ରିଲୋଚନ, ବବିତା, ଜୟଶ୍ରୀ, ବ୍ରଜେଶ, ସୁନିଲ୍‌, ଜୟନ୍ତ, ମନୋଜ, ସଂଯୁକ୍ତା, କବିତା, ମିରଜ, କନକଲତା, ଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ