ଦୁଆରସୁଣୀ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ସମ୍ପାଦକ ତଥା ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସେନାପତି ନାଏକ, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ କୈଳାଶଚନ୍ଦ୍ର ନାଏକ,ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ତଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ। ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଅଧିକାରୀ ଗଣ, AWC ୱାର୍କରର୍ସ, ଆଶା କର୍ମୀ, MBK, CRP, SHG ମହିଳା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ