ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ବିଳମ୍ବିତ ରାତିରେ ପାଞ୍ଚ ଛଅ ଜଣ ଦୁର୍ବୁତ୍ତ ବାରିପଟ ଗ୍ରିଲ କାଟି ଘର ଭିତରେ ପଶି ଘର ସଦସ୍ୟଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା ଲୁଟ କରିନେଇଥିବା ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଛି। ଅସ୍ତରଙ୍ଗ ଥାନା ପୋଲିସ ଓ ପୁରୀ ର ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ