ଚାଷୀ, ଶିଳ୍ପୀ ଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶାଇଁସ ଶାସନ ପଞ୍ଚାୟତ ପକ୍ଷରୁ ୭୫ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପଞ୍ଚାୟତ ର ଶତାଧିକ ଚାଷୀ, ଟେରାକୋଟା ଶିଳ୍ପୀ, ଚିତ୍ରଶିଳ୍ପୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବ ପଞ୍ଚାୟତ ର ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ( ଟୁଲା ଭାଇନା) ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ବିଜେପି ନେତା ଦିଲ୍ଲୀପ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟ ଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ,ସମିତି ସଭ୍ୟା ସନ୍ଧ୍ୟାରାଣୀ ରଥ, ପ୍ରଦୀପ ନାୟକ, ମନୋରଞ୍ଜନ ରଥ,ସନ୍ତୋଷ ରଥ, ନାଏବ ସରପଞ୍ଚ ଅନୁପମା ନାୟକ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବେହେରା, ସୌଭାଗ୍ୟ ବିଶ୍ବାଳ , ପୂର୍ବତନ ସରପଂଚ ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦାନ କରି ଶାଇଁସ ପଞ୍ଚାୟତ କୁ ଶ୍ରେଷ୍ଠ ପଞ୍ଚାୟତ ର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ। ଶିକ୍ଷାବିତ ପ୍ରଫୁଲ୍ଲ ସାମନ୍ତରାୟ ଉତ୍ସବ କୁ ସଂଯୋଜନା କରିଥିବାବେଳେ ନକୁଳ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମସ୍ତେ ବାଲ୍ୟ ବିବାହ ପ୍ରଥା କୁ ବିରୋଧ କରିବାକୁ ଶେଷରେ ଶପଥ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ