ଫେବୃଆରୀ ୮ ରୁ ଦେଉଳି ମଠ ରେ ଜଗନ୍ନାଥ ପଞ୍ଚରାତ୍ର

ନିମାପଡା, (ସନ୍ତୋଷ ଦାଶ):ଆସନ୍ତା ଫେବୃଆରୀ ୮ ତାରିଖରୁ ପୁରୀ ଜିଲ୍ଲା କାକଟପୁର ସ୍ଥିତ ଦେଉଳି ମଠ ଠାରେ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉତ୍ସବ ୫ ଦିନ ବ୍ୟାପି ଭବ୍ୟ ସମାରୋହରେ ଆୟୋଜିତ ହେବ। ଏହି ପଞ୍ଚରାତ୍ର ସମୟରେ ସମସ୍ତ ଭକ୍ତ ମାନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ୨୪ ଗୋଟି ଦୁର୍ଲ୍ଲଭ ବେଶ ପ୍ରଦର୍ଶିତ ହେବା ସହିତ ଛପନ ଭୋଗର ପ୍ରଦର୍ଶନ କରାଯିବ । ଏହି ୫ ଦିନରେ ପ୍ରତିଦିନ ଦିବସ ସମୟରେ ପାରାୟଣ ଓ ରାତ୍ର ସମୟରେ ସ୍କନ୍ଧ ପୁରାଣ ସମ୍ପର୍କିତ ଦିବ୍ୟ ପ୍ରବଚନ ଅନୁଷ୍ଠିତ ହେବା ସହିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ୫ ହଜାରରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ଶାନ୍ତନୁ ଦୀକ୍ଷିତ, ସୁଦାମ ଚରଣ ଦୀକ୍ଷିତ, ଧର୍ମାନନ୍ଦ ସୁବୁଦ୍ଧି, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ପ୍ରକାଶ କରିଛନ୍ତି । ଏଥିପାଇଁ ମଙ୍ଗଳା ମନ୍ଦିର ପରିସର ଠାରେ ନିମନ୍ତ୍ରଣ ପତ୍ର ଉନ୍ମୋଚନ ହୋଇ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ