ନୟାହାଟ ରେ ଚୋରା ମାଦକଦ୍ରବ୍ୟ କାରବାର ବୃଦ୍ଧି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ବିଭାଗ ଓ ନୟାହାଟ ଫାଣ୍ଡି ପୋଲିସ ର ନିଷ୍କ୍ରିୟତା ଯୋଗୁଁ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଅଞ୍ଚଳ ରେ ଚୋରା ମାଦକଦ୍ରବ୍ୟ ର କାରବାର ବୃଦ୍ଧି ପାଇଛି। ନୟାହାଟ ଠାରେ ଗୋଟିଏ ସରକାରୀ ବିଦେଶୀ ମଦ ଦୋକାନ ରହିଥିବାବେଳେ ଗୋଟିଏ ସରକାରୀ ଦେଶୀ ମଦ ଦୋକାନ ରହିଛି। କିନ୍ତୁ ପୁରୀ – କଟକ ଜିଲ୍ଲା ସୀମାନ୍ତ ରେ ଥିବା ବିଦେଶୀ ମଦ ଦୋକାନ ରୁ କିଛି ଅସାମାଜିକ ଯୁବକ ପ୍ରଚୁର ପରିମାଣ ରେ ବିଦେଶୀ ମଦ ଆଣି ନୟାହାଟ ର ଆଖପାଖ ଗାଁ ମାନଙ୍କ ରେ ଚୋରା ରେ ଖୁଲମ୍ ଖୁଲା ବିକ୍ରୀ କରୁଥିବାର ଦେଖିବାକୁ ମିଳୁଛି। ନୟାହାଟ ନିକଟସ୍ଥ ଜହ୍ନିବାଲିଆ, ଓଟର, ଦେସ୍ଥଳି, ବିନିସପୁର, ଶିମିଳି, ନାଇଟି , ଯୋଗେଶ୍ୱରପୁର, ବେତେଣ୍ଡା, ଶିଖର, ପାଣିଛତ୍ର ପ୍ରଭୃତି ସ୍ଥାନ ରେ ପାନ ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନ,ଫାଷ୍ଟଫୁଡ୍ ଦୋକାନ ମାନଙ୍କ ରେ ଖୋଲାଖୋଲି ଦେଶୀ ବିଦେଶୀ ମଦ ବିକ୍ରୀ ହେଉଛି। ଅସ୍ତରଙ୍ଗ ଅଞ୍ଚଳ ରୁ ନିୟମିତ ନୟାହାଟ ଅଞ୍ଚଳ କୁ ଦେଶୀ ମଦ ଚୋରା ଚାଲାଣ ହେଉଛି। ନୟା ହାଟ ନିକଟସ୍ଥ ବେତେଣ୍ଡା ଓ କଣ୍ଟା ଉପର ର କିଛି ଗଞ୍ଜେଇ ବ୍ୟବସାୟୀ ନୟାହାଟ ର ବିଭିନ୍ନ ଅଞ୍ଚଳ କୁ ଏଜେଣ୍ଟ ମାନଙ୍କ ମାଧ୍ୟମ ରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହେଉଛି। ନୟାହାଟ ଅଞ୍ଚଳ ରେ ଦେଶୀ ଓ ବିଦେଶୀ ମଦ ର ଚୋରା କାରବାର ବୃଦ୍ଧି ପାଇଥିବାରୁ ସରକାରୀ ଦୋକାନ ରେ କାରବାର ହ୍ରାସ ପାଉଛି। ଚୋରା ମାଦକଦ୍ରବ୍ୟ କାରବାର କରୁଥିବା ବ୍ୟକ୍ତି ମାନେ ପୋଲିସ ଓ ଅବକାରୀ ବିଭାଗ କୁ ମାସିକିଆ ପାଉଣା ଦେଇ ଖୋଲାଖୋଲି ଏହି ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି। ଏଣୁଚୋରା ମାଦକଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ। ବାରମ୍ଵାର ଏ ସମ୍ପର୍କ ରେଗଣମାଧ୍ୟମ ରେ ଖବର ପ୍ରକାଶ ପାଇଲେ ଅବକାରୀ ବିଭାଗ ଚୋରା ବ୍ୟବସାୟୀ ମାନଙ୍କୁ ଆଗତୁରା ଖବରଦେଇ ତା ପରେ ଚଢାଉ କରୁଛି। କିଛି ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ସେହି ବ୍ୟକ୍ତି ଜାମିନ ରେ ଆସି ପୁନର୍ବାର ଚୋରା ମାଦକ ଦ୍ରବ୍ୟ କାରବାର କରୁଥିବା ଦେଖିବାକୁ ମିଳୁଛି। ଚୋରା ବ୍ୟବସାୟୀ ଙ୍କ ପ୍ରତି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ କୋହଳ ମନୋଭାବ ପ୍ରଦର୍ଶନ କରିବା ପଛରେ କି ରହସ୍ୟ ରହିଛି ତାକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ତୁରନ୍ତ ରାଜ୍ୟ ଅବକାରୀ ଗୋଇନ୍ଦା ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ