ବିଶ୍ଵ ଆଦ୍ରଭୂମି ଦିବସ ରେ ହେନ୍ତାଳ ଚାରା ରୋପଣ

ନିମାପଡ଼ା, (ସନ୍ତୋଷ ଦାଶ):ଉପକୂଳ ଅଞ୍ଚଳ ରେ ଥିବା ଆର୍ଦ୍ର ଭୂମି କୁ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟ ରେ ପ୍ରତିବର୍ଷ ଫେବୃୟାରୀ ୨ତାରିଖ ରେ ବିଶ୍ଵ ଆଦ୍ର ଭୂମି ଦିବସ ପାଳିତ ହୋଇ ଆସୁଛି। ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ସ୍ବେଛାସେବୀ ସଂସ୍ଥା ଓ ପ ସା ( ଓଡ଼ିଶା ପର୍ଯ୍ୟାବରଣ ଅଭିଯାନ ) ପକ୍ଷରୁ ଏହି ଦିବସ ପାଳନ ଅବସରରେ ହେନ୍ତାଳ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ ଶାଖା ଉପ ପରିଚାଳକ ଦିଲ୍ଲୀପ ବେହେରା, ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିଚିତ୍ରା ନନ୍ଦ ବିଶ୍ବାଳ,ବାବୁ ବେହେରା, ବାମଦେବ ବେହେରା, ରାଜେଶ ବେହେରା,ଜ୍ୟୋତି ଛୋଟରାୟ ପ୍ରମୁଖ ସ୍ବେଛାସେବୀ ଯୋଗଦାନ କରି ଶତାଧିକ ହେନ୍ତାଳ ଚାରା ରୋପଣ କରିଥିଲେ। ହେନ୍ତାଳ ବଣ ଉପକୂଳ ବାସୀ ଙ୍କ ସୁରକ୍ଷା ପ୍ରାଚୀର ଓ ଏହା ଦ୍ଵାରା ଉପକୂଳ ଅଞ୍ଚଳ ର ଆଦ୍ରଭୂମି ସୁରକ୍ଷିତ ରହିଥାଏ ବୋଲି ସ୍ବେଛାସେବୀ ମାନେ ଉପକୂଳ ଅଞ୍ଚଳ ର ଅଧିବାସୀ ମାନଙ୍କୁ ସଚେତନ କରିବା ସହିତ ହେନ୍ତାଳ ବଣ ନ କାଟି ବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ