ବାଙ୍ଗାଲୋରରେ ଯୁବ ଓଡ଼ିଆ ସମାଜସେବୀ ସମ୍ମାନୀତ

ନିମାପଡ଼ା, (ସନ୍ତୋଷ ଦାଶ):ସମାଜସେବା ପାଇଁ ପୁରୀ ଜିଲ୍ଲା ର କାକଟପୁର, ଅସ୍ତରଙ୍ଗ ସମେତ ବାଙ୍ଗାଲୋରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କାକଟପୁର ବ୍ଲକ ଦହିଖିଆ ଗ୍ରାମର ଇଂଜିନିୟର ରଞ୍ଜିତ ସ୍ଵାଇଁଙ୍କୁ ବାଙ୍ଗାଲୋରରେ ସମ୍ମାନିତ କରାଯାଇଛି। ବାଙ୍ଗାଲୋର ର ଜୟ ଜଗନ୍ନାଥ ପିପୁଲ ଫର ସେବା ଟ୍ରଷ୍ଟ ପକ୍ଷରୁ ମା ‘ କଲରେଇ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ତଥା ଜଣାଶୁଣା ଯୁବ ସମାଜସେବୀ ଈଂ.ରଞ୍ଜିତ କୁମାର ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଛି। ଦୀର୍ଘ ୧୫ ବର୍ଷ ହେବ ବାଙ୍ଗାଲୋର ରେ ବସବାସ କରି ଜୀବିକା ନିର୍ବାହ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପିଲାମାନେ ଓଡ଼ିଆରେ ପାଠପଢ଼ା କିପରି ସୁବିଧାରେ କରିପାରିବେ ତଥା ସେମାନେ ଶିକ୍ଷା ସମାପ୍ତି ପରେ କିପରି କାମକରି ପରିବାର ଚଳାଇପାରିବେ ସେ ବିଷୟରେ ମା’ କଲରେଇ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଶ୍ରୀ ସ୍ୱାଇଁ ସର୍ବଦା ଚେଷ୍ଟିତ। ପିଲାଙ୍କ ପାଠପଢା ସହ ଯୋଗ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି କିପରି ମାଗଣାରେ ତଥା ସୁବିଧାରେ ଯୋଗାଇ ଦିଆଯିବ ସେ ଦିଗରେ ମଧ୍ୟ ସେ କାର୍ଯ୍ୟ କରି ଆସୁଛନ୍ତି। ବାଙ୍ଗାଲୋର ରେ କାର୍ଯ୍ୟରତ ଶ୍ରୀ ସ୍ଵାଇଁ ନିଜ ରୋଜଗାରର ସିଂହ ଭାଗ ଗରିବ,ଅସହାୟ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ କରନ୍ତି। କରୋନା ମହାମାରୀ ସମୟରେ ସେ ଅସ୍ତରଙ୍ଗ,କାକଟପୁର,କୋଣାର୍କ ସମେତ ବିଭିନ୍ନ ଅଂଚଳରେ ରୋଜଗାର ହରାଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ,ବସ୍ତ୍ର ଓ ସେମାନଙ୍କ ପିଲାଙ୍କ ପାଇଁ ପାଠ୍ୟ ଉପକରଣ ସହାୟତା କରି ଚର୍ଚ୍ଚା କୁ ଆସିଥିଲେ।ସେ ବାଙ୍ଗାଲୋର ରେ ଅତିଥି ଭବନ ତିଆରି କରି ରୋଗୀ ତଥା ପ୍ରବାସୀ ଓଡ଼ିଆଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏସବୁକୁ ନଜରରେ ରଖି ବାଙ୍ଗାଲୋରର ଜୟ ଜଗନ୍ନାଥ ପିପୁଲ ଫର ସେବା ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଅଧ୍ୟକ୍ଷ ମାଧବ ବେହେରା, ସୋମନାଥ ଜେନା,ଡି.କେ.ମିଶ୍ର, ଯୁଧିଷ୍ଠିର ମହନ୍ତ,ବାବୁଲି ଚରଣ ଦାସ, ଅକ୍ଷୟ କୁମାର ମଲ୍ଲିକ,ଅଜୟ ସେଠୀ, ଚନ୍ଦନ ସେଠୀ, ପ୍ରକାଶ ପାଲଟାସିଂ ତଥା ଅନ୍ୟମାନଙ୍କ ଉପସ୍ଥିତି ରେ ଶ୍ରୀ ସ୍ୱାଇଁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ