ଶିଶୁ ବିଦ୍ୟାମନ୍ଦିର ରେ ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଯୋଗେଶ୍ୱରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ର ସଭାପତି ବିଚିତ୍ରାନନ୍ଦ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ପାଦକ ପ୍ରମୋଦ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା,ଉପ ସଭାପତି ଦାମୋଦର ମିଶ୍ର, ଆଚାର୍ଯ୍ୟ କାର୍ତ୍ତିକ ଚନ୍ଦ୍ର ଓଝା, ଆଚାଯ୍ୟା ବେବିନା ପାଣି ପ୍ରମୁଖ ଯୋଗଦାନ କରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିବା ସହିତ ସେମାନଙ୍କୁ ସଫଳତା ର ମନ୍ତ୍ର ପ୍ରଦାନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉକ୍ତ ଉତ୍ସବ କୁ ଆଚାର୍ଯ୍ୟ ତ୍ରିଲୋଚନ ମିଶ୍ର ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଅଜୟ କୁମାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।