ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଗଲେ କେବଳ ବିଜେଡ଼ି କର୍ମୀ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ମାସ ୧୭ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କରିବା ପରେ ସରକାର ଙ୍କ ପକ୍ଷରୁ ଗତ ୨୯ ତାରିଖ ଠାରୁ ବିଭିନ୍ନ ଜିଲ୍ଲା ର ଜନସାଧାରଣ ଙ୍କୁ ସ୍ଵତନ୍ତ୍ର ବସ ଯୋଗେ ପୁରୀ ଆଣି ପରିକ୍ରମା ମାର୍ଗ ଦେଖାଇବାର ବ୍ୟବସ୍ଥା କରାଯାଇଛି।ସେହି ଅନୁସାରେ ଆଜି ପୁରୀ ଜିଲ୍ଲାର ଅଧିବାସୀ ଙ୍କୁ ପରିକ୍ରମା ମାର୍ଗ ଦେଖାଇବାର ବ୍ୟବସ୍ଥା ହୋଇଥିଲା।କିନ୍ତୁ ଏହି କାର୍ଯ୍ୟକ୍ରମ ରେ ନିମାପଡ଼ା ବ୍ଲକ ଅଞ୍ଚଳ ରୁ କେବଳ ଶାସକ ବିଜେଡି ଦଳ ର ନେତା ଓ କର୍ମୀ ମାନେ ସ୍ଵତନ୍ତ୍ର ବସ ଯୋଗେ ପୁରୀ ଯାଇ ପରିକ୍ରମା ମାର୍ଗ ଦେଖିଥିଲେ।ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ବସ ରେ ବିଜେଡ଼ି ର ଦଳୀୟ ପତାକା ମରାଯାଇଥିବା ଦେଖିବାକୁ ମିଳିଥିଲା। ସରକାରୀ ଅର୍ଥ ବ୍ୟୟ ରେ ଶାସକ ବିଜେଡି ନେତା ଓ କର୍ମୀ ପରିକ୍ରମା ମାର୍ଗ ଦେଖିବା ଆଳ ରେ ମଉଜ ମଜଲିସ କରିବା ଘଟଣାକୁ ସବୁ ମହଲ ରେ ନିନ୍ଦା କରାଯାଇଛି। ନିମାପଡା ର କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ , ମନୋଜ କୁମାର ସାହୁ ( ନିଲୁ) ଓ ବନ ବିହାରୀ ଦାଶ ଏହି ଘଟଣା ର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିବା ସହିତ ବିଜେଡ଼ି ଦଳ ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏପରି ଜଗନ୍ନାଥ ଭକ୍ତି ପ୍ରେମ ର ନାଟକ କରୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଜନ ସାଧାରଣ ଜାଣି ସାରିଲେଣି ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ବସ ରେ ବିଜେଡ଼ି ର ଦଳୀୟ ପତାକା ମାରି ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଯିବା ଘଟଣା କୁ ସାଧାରଣ ରେ ତୀବ୍ର ନିନ୍ଦା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ