ସାଧାରଣ ନିର୍ବାଚନ – ୨୦୨୪ ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଓସୱାନ ହଲ ଠାରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଆଗାମୀ ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଜିଲ୍ଲାରେ ନିର୍ବାଚନ ନିୟୋଜିତ ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଓସୱାନ ହଲ ରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ତଥା ତ୍ରିଲୋଚନ ପାତ୍ର , ସି ଡି ଓ , ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ,ଉପଜିଲ୍ଲାପାଳ, ଭବାନୀପାଟଣା ଡଃ ବିଶ୍ଵଜିତ ଦାସ, ଡି ଆଇ ଓ , ଏନ୍ ଆଇ ସି ସୁଜିତ୍ ବିଶ୍ଵାଳ, ସି ଏସ ଓ ପବିତ୍ର ସାହୁ, ଆର୍ ଟି ଓ ଗତିକୃଷ୍ନ ସାମନ୍ତରାୟ , ଡି ଆଇ ପି ଆର୍ ଓ ମନୋଜ ବେହେରା, ଟି ଓ ପ୍ରଜ୍ଞା ପରମିତା ନାୟକ , ତହସିଲଦାର କଳାହାଣ୍ଡି ସୁଭସ୍ମିତା ମିଶ୍ର,ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସ, ଡେପୁଟି କଲେକ୍ଟର (ରେଭିନ୍ୟୁ) ଚିନ୍ମୟ କୁମାର ନାୟକ,ଡେପୁଟି କଲେକ୍ଟର( ନିର୍ବାଚନ) ଚନ୍ଦ୍ରଦାସ ମହାନନ୍ଦିଆ , ସ୍ମଲ୍ ସେଭିଂ ଅଫିସର ବିବେକାନନ୍ଦ ମହାନନ୍ଦ , ଆସିଷ୍ଟାଣ୍ଟ କଲେକ୍ଟର ମମତା ଦାସ, ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ଓସୱାନ ଆଭାସି ରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ୍ ଚକମା ,ସମସ୍ତ ବି ଡି ଓ , ଏ ଆର୍ ଓ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତ ପୋଲିଂ ବୁଥରେ ପିଇବା ପାଣି, ଶୌଚ।ଳୟ , ବିଦ୍ୟୁତ , ଦିବ୍ୟାଙ୍ଗ ମାନଙ୍କ ପାଇଁ ବ୍ୟବସ୍ଥା , ଆସବାବ ପତ୍ରର ବ୍ୟବସ୍ଥା, ସଂବେଦନଶୀଳ ଅଞ୍ଚଳ ମ୍ୟାପିଙ୍ଗ , ରୁଟଚାଟ ,, ନିର୍ବାଚନ ନିୟୋଜିତ ଅଧିକାରୀଙ୍କୁ ମାଷ୍ଟର ଟ୍ରେନର ଙ୍କ ଦ୍ଵାରା ତାଲିମ ପ୍ରଦାନ , ସ୍କୁଆଡ , ଫ୍ଲାଇଙ୍ଗ ସ୍କୁଆଡ, ଷ୍ଟ୍ରଙ୍ଗ ରୁମ , ନିର୍ବାଚନରେ ବ୍ୟବହୃତ ପାଇଁ ଗାଡି ବ୍ୟବସ୍ଥା ,ସେକ୍ଟର ଅଧିକାରୀ ଚୟନ ଓ କାର୍ଯ୍ୟଧାରା, ପୁଲିଙ୍ଗ ପାର୍ଟି ପ୍ରେରଣ , ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି ଗଠନ ଇତ୍ୟାଦି ଉପରେ ସବିଶେଷ ସମୀକ୍ଷା କରିଥିଲେ । ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି କୁ ସଫଳ ରୂପେ କାର୍ଯକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ