ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ୍ ଓ ଜୁନାଗଡ ଏନ୍ ଏ ସି ପାଇଁ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଡାକ୍ତର ସୁଚେତା ପାଣି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ୍ ଓ ଡ ରଞ୍ଜନ ମିତ୍ର, ଡି ପି ଏମ ଏନ୍ ଏ ଚ ଏମ ଭବାନୀ ଶଙ୍କର ସାହୁ, ଡି ଇ ଓ ସୁଶାନ୍ତ ଚୋପଦାର,ଡି ଏସ ଡବ୍ଲୁ ଓ, ଡି ପି ସି , ମିଶନଶକ୍ତି, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତା,ନର୍ଲା ଓ ଜୁନାଗଡ ବ୍ଲକ୍ ର ସି ଡି ପି ଓ ତଥା ସ୍ବାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ୨ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଅତ୍ୟନ୍ତ ରୋଗାକ୍ରାନ୍ତକୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଡିଇସି ଟାବ୍ଲେଟ , ଆଇ ଭର୍ମଟିନ ଓ ଆଲବେଣ୍ଡାଯୋଲ ଔଷଧ ବଣ୍ଟନ କରାଯିବ । ୨୦୨୩-୨୪ ମସିହା ରେ ସର୍ଭେରେ ନର୍ଲା ବ୍ଲକ୍ ରେ ୯ ଓ ଜୁନାଗଡ ଏନ୍ ଏ ସି ରେ ୧୧ ଫାଇଲେରିଆ ରୋଗର ଲକ୍ଷଣ ଜଣାପଡିଥିଲା। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଟିମ ଦ୍ବାରା ଆଇଭର୍ମଟିନ୍ ଟାବ୍ଲେଟ ଉଚ୍ଚତା ଅନୁସାରେ ଏବଂ ଆଲବେଣ୍ଡାଯୋଲ ବୟସ ଅନୁସାରେ ଘରକୁ ଘର ବୁଲି ଲୋକଙ୍କୁ ସେବନ କରାଯିବ । ମୋବାଇଲ ଟୀମ ମାଧ୍ୟମରେ ମଧ୍ୟ କାର୍ଯ୍ୟଳୟ ଅଫିସ , ହାଟ,ସ୍କୁଲ ଅଞ୍ଚଳରେ ବୁଲି ବୁଲି ଔଷଧ ସେବନ କରାଯିବ । ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି କଳାହାଣ୍ଡି କୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ