ଟାୟାର ଫାଟି ଓଲଟିଲା ମିନିଟ୍ରକ୍, ୫ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଟାୟାର ଫାଟି ଓଲଟିଲା ମିନିଟ୍ରକ୍। ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିପଦର ଗ୍ରାମ ନିକଟରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥ‌ିବା ଜଣାପଡିଛି। ସୂଚନାନୁଯାୟୀ, ଏକ ସିମେଣ୍ଟ ଇଟା ବୋଝେଇ ମିନିଟ୍ରକ୍ ରାୟଗଡ଼ ଆସୁଥିବା ବେଳେ ଲାଞ୍ଜିପଦର ଗ୍ରାମ ନିକଟରେ ଗାଡିର ର ପଛ ଚକା ଟାୟାର୍ ଫାଟି ଯାଇଥିଲା। ଫଳରେ ଗାଡିରେ ବସିଥ‌ିବା ୫ ଶ୍ରମିକ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଜିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ