ବିଭାଗୀୟ ଅଧିକାରୀଙ୍କ ଅବହେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାରେ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ୱହୀନତା ଓ ଅବହେଳା ଯୋଗୁଁ ବହୁ ସରକାରୀ ଯୋଜନା ସାଧାରଣଙ୍କ ଠାରେ ପହଞ୍ଚିପାରୁନାହିଁ. ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ବହୁ ଯୋଜନା ରହିଛି. ହେଲେ କିଛି ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ମହିଳାଙ୍କ କଲ୍ୟାଣମୟ ଯୋଜନା ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି. ଘଟଣାରୁ ପ୍ରକାଶ, ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ସରକାର ଏକାଧିକ ଯୋଜନା କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚକରି ଭିତ୍ତିଭୂମି ଯୋଗାଈ ଦେବା ସହ ଯୋଜନାର ରୂପରେଖ ନିର୍ମାଣ ପରେ ପ୍ରକଳ୍ପର ଉଦଘାଟନ କରାଯାଉଛି।ହେଲେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡ଼ିକ ସେମିତି ପଡ଼ି ଖତ ଖାଉଛି।ଏଭଳି ଏକ ଘଟଣା ଗଜପତି ଗୁମ୍ମା ବ୍ଲକ ସଦର ମହକୁମା ଠାରେ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଜୁଲାଇ ୨୯ତାରିଖ ୨୦୨୨ ମସିହାରେ ବିୟୁଟି ପାର୍ଲର ତଥା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିଥିଲେ।ହେଲେ ଦୁଃଖର ବିଷୟ ଉଦଘାଟନର ଏକ ବର୍ଷ ଛ ମାସ ବିତିଗଲା ପରେ ମଧ୍ୟ ଉକ୍ତ ବିୟୁଟି ପାର୍ଲର ତଥା ପ୍ରଶିକ୍ଷଣ କେନ୍ଦ୍ର ସ୍ଥାନୀୟ ମହିଳାମାନେ ବ୍ୟବହାର କରିବାରୁ ବଞ୍ଚିତ ରହିଛନ୍ତି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଉପାନ୍ତ ଆଦିବାସୀ ଅଞ୍ଚଳରେ ମହିଳା ମାନଙ୍କ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ ହେବାରେ ଯୋଜନାର ଉଦ୍ଦେଶ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏହି ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତ ସ୍ତରର ମହିଳା ମାନେ ବିୟୁଟି ପାର୍ଲର ପ୍ରଶିକ୍ଷିତ ହୋଇ ଗ୍ରାମାଞ୍ଚଳରେ ରୋଜଗାରକ୍ଷମ ହେବା ସହ ଶାରୀରିକ ସୁନ୍ଦରତା କ୍ଷେତ୍ରରେ ଯୁବତୀ ମାନଙ୍କୁ ସହର ସୁବିଧା ଗ୍ରାମାଞ୍ଚଳରେ ଉପଲବ୍ଧିକୁ ହ୍ରାସ ପାଉଥିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ମହିଳା ଓ ଯୁବତୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ବିୟୁଟି ପାର୍ଲର ତଥା ପ୍ରଶିକ୍ଷଣ କେନ୍ଦ୍ର କରାଗଲା।ଏହାର ସମସ୍ତ କାର୍ଯ୍ୟଭାର ଗଜପତି ସମନ୍ୱିତ ଆଦିବାସୀ ସଂସ୍ଥାକୁ ଦିଆଯାଇଥିଲା।ବର୍ତ୍ତମାନ ଏହାର ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇ ନଥିବାରୁ ତାହା ଅକ୍ଷମ ଅବସ୍ଥାରେ ପଡ଼ି ରହିଛି।ମହିଳାଙ୍କ ପାଇଁ ସରକାର ଲକ୍ଷାଧିକ ଟଙ୍କାର ଯୋଜନା କରୁଥିବା ବେଳେ ଏହାର ସଦୁପଯୋଗ ହୋଇନଥିବାରୁ ଏହାର ସୁଫଳ ବଦଳରେ ଦୂରଫଳ ଦେଖା ଦେଇଛି।ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଏହି ପ୍ରଶିକ୍ଷଣ କେନ୍ଦ୍ରର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ