ଭେଲେନଟାଇନ ଡେ

ଭେଲେନଟାଇନ ଡେ ବିଶ୍ଵ ରେ ପ୍ରାୟ ସବୁ ଦେଶରେ ପାଳନ କରାଯାଏ।ଜୀବନ ପାଇଁ ପ୍ରେମ ଓ ଭଲପାଇବାର ଆବଶ୍ୟକତା ସବୁବେଳେ ରହିଛି।ପ୍ରେମ ଭଲପାଇବାକୁ କେନ୍ଦ୍ର କରି କବିତା ଗଳ୍ପ ଓ ଉପନ୍ୟାସ ରଚନା କରାଯାଇଛି।୫୦୦-୧୬୦୦ ଶତାବ୍ଦୀ ରେ ପ୍ରେମ କୁ ଆଧାର କରି ସେକ୍ସପିଏରଙ୍କ ଉପନ୍ୟାସ ରୋମିଓ ଓ ଜୁଲିଏଟ କୁ ଲେଖାଯାଇଥିଲା।ଯୁଗ ଯୁଗ ଧରି ପାଠକଙ୍କୁ ଏହି କାହାଣୀ ପ୍ରଭାବିତ କରିଛି।ସେମିତି ବିଶ୍ଵର ଅନେକ ଭାଷା ରେ ଅନେକ ପ୍ରେମ କାହାଣୀ ଓ ସଂଘର୍ଷ ଲେଖାଯାଇଛି। ମହାଭାରତ ରେ ନଳ ଓ ଦମୟନ୍ତୀଙ୍କ କାହାଣୀ,ପୁରୁରବା ଓ ଉର୍ବଶୀଙ୍କର କାହାଣୀ ସବୁବେଳେ ପାଠକଙ୍କ ମନ କୁ ଛୁଇଞ୍ଚି।ଜୀବନ ରେ ଭଲ ପାଇବା ପ୍ରେମ କରିବା ଏକ ସୁନ୍ଦର ଅନୁଭୂତି।ତେଣୁ ପ୍ରେମ ଓ ଭଲପାଇବା କୁ ବଞ୍ଚାଇ ରଖିବା ପାଇଁ ଯେଉଁ ମଣିଷ ମୃତ୍ୟୁବରଣ କରିଛି ସେହି ମଣିଷ କୁ ମନେ ରଖିବା କଥା। ଭେଲେନଟାଇନ ଡେ କୁ ପାଳନ କରାଯାଏ ସେଣ୍ଟ ଭେଲେନଟାଇନଙ୍କ ସ୍ମୃତି ରେ ଫ୍ରେବୃୟାରୀ୧୪ ତାରିଖ ରେ ସେଣ୍ଟ ଭେଲେନଟାଇନଙ୍କୁ ହତ୍ୟା କରାଯାଇଥିଲା। ତେଣୁ ୧୪ ଫେବୃୟାରୀ କୁ “ସେଣ୍ଟ ଭେଲେନଟାଇନ ମାର୍ଟିୟେର ଡେ” ମଧ୍ୟ କୁହାଯାଏ।ଭେଲେନଟାଇନ ହେଲେ ଜଣେ ଖ୍ରୀଷ୍ଟିୟାନ ସନ୍ଥ।ସିଏ ଜଣେ କେଥେଲିକ ପାଦ୍ରୀ ଥିଲେ।ଭେଲେନଟାଇନ ତୃତୀୟ ଶତାବ୍ଦୀ ରେ ରୋମ ରେ ବସବାସ କରୁଥିଲେ।ସନ୍ଥ ଭେଲେନଟାଇନଙ୍କ ସମୟ ରେ ରୋମର ଅନେକ ଲୋକ ଖ୍ରୀଷ୍ଟ ଧର୍ମଅବଲମ୍ବୀ ହୋଇଯାଇଥିଲେ ସେହି ସମୟ ରେ ରୋମର ସମ୍ରାଟ କ୍ଲାଉଡିସ ୨ ଗୋଟିଏ ନିୟମ କରିଥିଲେ।ଏହି ନିୟମ ଅନୁସାରେ ରୋମର ସୈନୀକ ମାନଙ୍କର ଗୋଟିଏ କର୍ତ୍ତବ୍ୟ ଥିଲା ତାହା ହେଉଛି ରୋମ ପାଇଁ ନିଜକୁ ଉତ୍ସର୍ଗ କରିବା ଏବଂ କେବେ ବି ବିବାହ ନ କରିବା।କିନ୍ତୁ ରୋମର ସମ୍ରାଟଙ୍କ ଏହି ଆଦେଶ କୁ ଅବମାନନା କରି ସନ୍ଥ ଭେଲେନଟାଇନ ରୋମର ସୈନ୍ୟ ମାନଙ୍କୁ ଗୋପନ ରେ ବିବାହ କରାଇଥିଲେ।ସେଥିପାଇଁ ରୋମର ସମ୍ରାଟଙ୍କ ଠାରୁ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା।ଜେଲ ରେ ଥିଲା ବେଳେ ସନ୍ଥ ଭେଲେନଟାଇନ ଜେଲରଙ୍କ ଅନ୍ଧ ଝିଅ କୁ ଭଲପାଇ ଥିଲେ ଏବଂ ମୃତ୍ୟୁ ପୂର୍ବ ରୁ ଗୋଟିଏ ଚିଠି ରେ ସିଏ ସେହି ଝିଅ ପାଇଁ ଲେଖିଥିଲେ “ତୁମର ଭେଲେନଟାଇନ” ଭେଲେନଟାଇନ ଡେ ଫେବୃୟାରୀ ମାସରେ ପଡ଼ିଥାଏ।ଏହି ସମୟ ରେ ବସନ୍ତ ଋତୁର ଆଗମନ ହୋଇଥାଏ ବସନ୍ତ ଋତୁ ଏକ ରୋମାଞ୍ଚକର ଋତୁ।ସୁନ୍ଦର ପରିବେଶ ସହିତ ଅନେକ ଫୁଲର ସଂଭାର ନେଇ ବସନ୍ତ ଋତୁ ଆସିଥାଏ।ତେଣୁ ଭଲପାଇ ଥିବା ଯୁଗଳଙ୍କ ପାଇଁ ପରିବେଶ ବେସ ଅନୁକୂଳ ହୋଇଥାଏ।ଅନେକ ଖ୍ରୀଷ୍ଟିୟାନଙ୍କ ପାଇଁ ଭେଲେନଟାଇନ ଡେ ହେଉଛି ଫିଷ୍ଠ ଡେ ବା ଭୋଜିଭାତର ଦିନ।ଅନେକ ସ୍ଥାନ ରେ ଭେଲେନଟାଇନ ୱୀକ ବା ସପ୍ତାହ ମଧ୍ୟ ପାଳନ କରାଯାଏ ଯାହା ଫେବୃୟାରୀ ୭ ତାରିଖ ରୁ ଆରମ୍ଭ ହୁଏ ଏବଂ ଏହି ଦିନକୁ ରୋଜ ଡେ କୁହାଯାଏ।ଏହିଦିନ ଗୋଲାପର ଫୁଲ ପରସ୍ପର କୁ ଦେଇ ପ୍ରେମୀ ଯୁଗଳ ନିଜର ସମ୍ବନ୍ଧ କୁ ଦୃଢ କରିଥାନ୍ତି।ଦ୍ଵିତୀୟ ଦିନ କୁ ପ୍ରପୋଜ ଡେ କୁହାଯାଏ। ତୃତୀୟ ଦିନ କୁ ଚକୋଲେଟ ଡେ। ଚତୁର୍ଥ ଦିନ କୁ ଟେଡି ଡେ। ପଞ୍ଚମ ଦିନ କୁ ପ୍ରମିସ ଡେ। ଷଷ୍ଠ ଦିନ କୁ ହଗ ଡେ ଏବଂ ସପ୍ତମ ଦିନ ଏବଂ ଶେଷ ଦିନ କୁ କିସ ଡେ ରୂପେ ପାଳନ କରାଯାଇଥାଏ।ଏହା ପର ଦିନ ଟି ହେଉଛି ଭେଲେନଟାଇନ ଡେ। ଭେଲେନଟାଇନ ଡେ କୁ ପାଳନ କରିବା ପାଇଁ ଲୋକମାନେ ନିଜର ଭେଲେନଟାଇନ ପାଇଁ ଉପହାର କିଣି ଥାନ୍ତି।ପ୍ରେମୀ ଯୁଗଳ ବାହାର ଜାଗା କୁ ବୁଲି ମଧ୍ୟ ଯାଇ ଥାନ୍ତି।ମୁଖ୍ୟତଃ କିଛି ସମୟ ପରସ୍ପର ସହିତ ବ୍ୟତୀତ କରିଥାନ୍ତି।ଭେଲେନଟାଇନ ଡେ ରେ ପରସ୍ପର କାର୍ଡ ଦେବାର ପରମ୍ପରା ମଧ୍ୟ ରହିଛି।ଆଜିକାଲି ମୋବାଇଲ ଏବଂ ଇଣ୍ଟେର୍ନେଟ ର ଯୁଗ ତେଣୁ ଗିଫ୍ଟ କାର୍ଡ ର ମହତ୍ଵ ମଧ୍ୟ କମିଲାଣି। ସାମାଜିକ ଗଣମାଧ୍ୟମ ଯେମିତି କି ଫେସବୁକ,ୱାଟସାପ,ଟ୍ଵିଟର ରେ ଭେଲେନଟାଇନ ଡେ ର ଶୁଭ ଅଭିନନ୍ଦନ ଜଣାଇଥାନ୍ତି ଅନେକ ଦେଶ ରେ ଭେଲେନଟାଇନ ଡେ ରେ ଛୁଟି ହୋଇଥାଏ।ବର୍ତ୍ତମାନର ଦୁନିଆ ରେ ମଣିଷ ମଣିଷର ସମ୍ପର୍କ ଭିତରେ ତିକ୍ତତା ଦେଖିବା କୁ ମିଳୁଛି,ବିବାହ ବିଚ୍ଛେଦ ଠାରୁ ଆରମ୍ଭ କରି ଅନେକ ପ୍ରକାର ଅଘଟଣ ଘଟି ଚାଲୁଛି।ଏହି ଅଘଟଣା ପାଇଁ ଆମର ସାମାଜିକ ସମ୍ପର୍କ ଓ ପାରିବାରି ସମ୍ପର୍କ ରେ ତିକ୍ତତା ଆସି ଯାଉଛି।
ଭେଲେନଟାଇନ ଡେ ପାଳନ ସହିତ ଯଦି ଆମର ସାମାଜିକ ଓ ପାରିବାରିକ ସମ୍ପର୍କ ଭିତରେ କିଛି ମଧୁରତା ସୃଷ୍ଠି ହୋଇ ପାରିବ ତାହେଲେ ତାକୁ ନିଶ୍ଚିତ ଭାବରେ ଆମେ ସ୍ଵାଗତ କରିବୁ।ଆମ ଦେଶ ରେ ଅନେକ ସ୍ଥାନ ରେ ଭେଲେନଟାଇନ ଡେ ର ପାଳନ କୁ ଲୋକେ ପସନ୍ଦ କରୁନାହାନ୍ତି।ସେମାନଙ୍କ ମତରେ ଏସବୁ ପାଶ୍ଚତ୍ୟ ସଭ୍ୟତା ଯାହା ଭାରତୀୟ ସଭ୍ୟତାର ଶାଳିନ୍ୟତା କୁ ନଷ୍ଟ କରୁଛି।ଏହା ସତ୍ୟ କଥା ଯେ ଭାରତୀୟ ସମାଜ ରେ ଶାଳିନ୍ୟତା ଗୋଟିଏ ଭଲ ଜିନିଷ। କିନ୍ତୁ ଶାଳିନ୍ୟତା ସହିତ ଆମେ ଯଦି କୌଣସି ଉତ୍ସବ ପାଳନ କରୁ ତାହେଲେ କାହାକୁ ମଧ୍ୟ ତାହା ଅପସନ୍ଦ ନ ହେବା କଥା।
ଆଜିକାଲିର ନୂଆ ପିଡିଙ୍କ ପାଖରେ ଶାଳିନ୍ୟତା କମ ହୋଇ ପଡୁଛି ତେଣୁ ଅନେକ ସାମସ୍ୟା ମଧ୍ୟ ଦେଖିବାକୁ ମିଳୁଛି।ପାର୍କ ଏବଂ ଅନେକ ବୁଲିବା ସ୍ଥାନ ବା ସାର୍ବଜନିକ ଜାଗା ଗୁଡିକ ରେ ବିଭିର୍ନ୍ନ ବୟସର ଲୋକେ ଯାଇଥାନ୍ତି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନେ ଏହି ସ୍ଥାନ ମାନଙ୍କୁ ଯାଇଥାନ୍ତି।ସେଠାରେ କୌଣସି ପ୍ରକାର ଅଶୋଭନୀୟ ଦୃଶ୍ୟ କାହାକୁ ମଧ୍ୟ ଭଲଲାଗିବ ନାହିଁ।
ଭେଲେନଟାଇନ ଡେ ପାଳନ କରୁଥିବା ବ୍ୟକ୍ତି ମାନେ ଏହାକୁ ଆଖି ରେ ରଖି ଭେଲେନଟାଇନ ଡେ ପାଳନ କଲେ ସମସ୍ତଙ୍କୁ ଭଲ ଲାଗିବ।
କାଳି ଦାସ
ବ୍ରହ୍ମପୁର
ଖୋଡ଼ାସିଙ୍ଗ କଳିଙ୍ଗନଗର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ