ବେରୂହଁକୁ ହରାଇ ନଳକଣ ଚମ୍ପିୟାନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) : ନଳକଣ ଠାରେ ଖେଳା ଯାଉଥିବା ଅଜୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟଚ ରେ ବେରୂହଁ କୁ ହରାଇ ନଳକଣ ଚମ୍ପିୟାନ ହୋଇଛି । ପ୍ରଥମ ଟ୍ରଚ ରେ ନଳକଣ ଫିଲଡିଂ ନିଷ୍ପତି ନେଇଥିବା ବେଳେ ବେରୁହଁ କୁ ବ୍ୟାଟିଂ କରିବାକୁ ପଡ଼ିଥିଲା । ନିର୍ଦ୍ଧାରିତ ୧୫ ଓଭରରେ ବେରୂହଁ ୧୦୮ ରନ କରିବାକୁ ସଖ୍ୟମ ହୋଇଥିଲା । ବେରୂହଁ ର ହୁଲାସ କାଣ୍ଡି ୪୦ ରନ୍ କରିଥିଲେ ପ୍ରତିପକ୍ଷ ର ଚିତ୍ତ ପତି ୩ ୱକେଟ ନେଇଥିଲେ । ନିର୍ଧାରିତ ୧୫ ଓଭର ରେ ୧୦୯ ରନ ର ବିଜୟ ଲକ୍ଷ୍ୟକୁ ପିଛାକାରୀ ୧୪ ଓଭର ରେ ନଳକଣ ବିଜୟ ଲାଭ କରିଥିଲା । ଦଳ ତରଫରୁ ସର୍ବାଧିକ ସିପୁ ପତି ୧୯ ବଲ ରେ ୩୭ ରନ୍ କରିଥଲେ। ଏହି ଉଦଯାପନୀ ଉତ୍ସବରେ କୋଣାର୍କ ନ. ଏ. ସି ର ଚେୟାର ମ୍ୟାନ ସଞ୍ଜୁକ୍ତା ତ୍ରିପାଠୀ , କାଉନସିଲର ସ୍ୱର୍ଣଲତା ଦାସ ଓ ପଦ୍ମାଳୟା ଏଣ୍ଟରପ୍ରାଇଜ ର ୱନର ତଥା କୋଣାର୍କ ସିଭିଲ କୋର୍ଟ ର ସରକାରୀ ଏ. ପି. ପି ତପନ ପଟ୍ଟନାୟକ ପୁରସ୍କାର ବିତରଣ ଉତ୍ସବ ରେ ଯୋଗଦେଇ ଜିତିଥିବା ଦଳ ନଳକଣ କୁ ଟ୍ରାଫି ସହ ନଗଦ ୧୦,୦୦୧ ଏବଂ ରନର୍ସଅପ ଦଳ ବେରୂହଁ କୁ ଟ୍ରଫି ସହିତ ନଗଦ ୬୦୦୧ ଟଙ୍କା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ