ପାଟପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ ) :ଗଞ୍ଜାମ ଜିଲ୍ଲା ପୋଲିସ ରେ ଅଦଳ ବଦଳ ହେବା ପରେ ପାଟପୁର ଥାନାରେ ନୂତନ ଭାବେ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ସ୍ବାଇଁ କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଥାନାରେ କାର୍ଯ୍ୟରତ ରହିଥିବା ବେଳେ ଶୁକ୍ରବାର ଏହି ଗୁରୁ ଦାୟିତ୍ବ ବହନ କରିଛନ୍ତି । ଏଥିସହ ପାଟପୁର ଥାନାରେ ଦାୟିତ୍ୱରେ ରହିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଗଜପତି ଜିଲ୍ଲାକୁ ବଦଳି ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାଟପୁର ଥାନା ପକ୍ଷରୁ ନବାଗତ ଥାନା ଅଧିକାରୀ ଶ୍ରୀ ସ୍ବାଇଁଙ୍କୁ ସ୍ବାଗତ ଓ ପୂର୍ବତନ ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦମନ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି ନବାଗତ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ