କୋଣାର୍କ ନାଟ୍ୟ ମଣ୍ଡପରେ ୩୮ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିମନ୍ତେପ୍ରସ୍ତୁତି ବୈଠକ

ଶାସ୍ତ୍ରୀୟ ନୃତ୍ୟ ଓ ସାହିତ୍ୟ ଉତ୍ସବ ସାଜିବ ମୁଖ୍ୟ ଆକର୍ଷଣ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ଓଡିଶୀ ନୃତ୍ୟ ଓ ଗୋଟିପୁଅର ଖ୍ଯାତନାମା ଗୁରୁ ପଦ୍ମଶ୍ରୀ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ମାନସ ସନ୍ତାନ ଅର୍କ ବିହାର କୋଣାର୍କ ନାଟ୍ୟ ମଣ୍ଡପ ଠାରେ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟ ମଣ୍ଡପ ଠାରେ ଆସନ୍ତା ୧୯ ଫେବୃୟାରୀ ଦିନ ଏକଦିବସୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନ ୧୧ଘଟିକା ସମୟରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୋଣାର୍କ ନାଟ୍ୟ ମଣ୍ଡପର ସଂପାଦକ ତଥା ପଦ୍ମଶ୍ରୀ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପୁତ୍ର ଶିବାଶିଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପରିବେଶବିତ ଉମେଶଚନ୍ଦ୍ର ସ୍ବାଇଁ, ନାଟ୍ୟ ମଣ୍ଡପର ଉପସଭାପତି ପ୍ରସନ୍ନ ବେଉରିଆ, ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ସୁଲୋଚନା ପ୍ରଧାନ, ବରିଷ୍ଠ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ ଓ ଶିକ୍ଷାବିତ ରବିନ୍ଦ୍ର ନାଥ ବାହିନୀପତି ପ୍ରମୁଖ ଯୋଗଦେଇ ଚଳିତ ବର୍ଷ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବକୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅବର୍ତ୍ତମାନରେ ସରସ ସୁନ୍ଦର ଭାବେ ଆୟୋଜନ କରିବା କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀ ମାନଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଫେବୃଆରୀ ମାସ ୧୯ ତାରିଖ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଉଦଘାଟନୀ ସମାରୋହର ପୂର୍ବାହ୍ନ ୧୦ ଘଟିକା ଠାରୁ ଦିବା ୧ଘଟିକା ପର୍ଯ୍ୟନ୍ତ କୋଣାର୍କ ସାହିତ୍ୟ ଉତ୍ସବ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ଓ ସାହିତ୍ୟିକ ମାନେ ଯୋଗଦାନ କରିବା ପାଇଁ ଉତ୍ସବର ପୁରୋଧା ପରିବେଶବିତ ତଥା ନାଟ୍ୟ ମଣ୍ଡପର ଉପଦେଷ୍ଟା ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରକାଶ କରିଛନ୍ତି। କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ପ୍ରାରମ୍ଭରେ ଘଣ୍ଟ ମର୍ଦ୍ଦଳ, ପଞ୍ଚଦେବ ସ୍ତୁତି କୋଣାର୍କ ନାଟ୍ୟ ମଣ୍ଡପର କଳାକାର ଓ ନିମାପଡା ନୃତ୍ୟାଳୟ ଡ୍ଯାନ୍ସ ଏକାଡେମୀର କଳାକାର ମାନଙ୍କ ପରିବେଷଣ କରାଯିବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର ସ୍ଥିତ ଓଡିଶୀ ନୃତ୍ୟ ଶ୍ରୀଜନ ଡ୍ଯାନ୍ସ ଏକାଡେମୀର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥି କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବ। ପରେ ପରେ ଗୁରୁ ଅଭିରାମ ନନ୍ଦଙ୍କ ଦ୍ବାରା ବଂଶୀ ବାଦନ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି। ଶେଷରେ କୋଲକାତାର ଅର୍ପିତ ସେନ ଓ ସାଥି କଳାକାର ମାନଙ୍କ ଦ୍ଵାରା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରାଯିବ ବୋଲି କୋଣାର୍କ ନାଟ୍ୟ ମଣ୍ଡପ ସଂପାଦକ ଶିବାଶିଷ ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ