ହଦଗଡ଼ ପି.ଏମ. ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଫୁଟବଲ ଫର ସ୍କୁଲ, କାର୍ଯ୍ୟକ୍ରମ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ ) : ଫିଫା ଓ କେନ୍ଦ୍ର ସରକାର ଙ୍କ ଶିକ୍ଷା ମନ୍ତ୍ରଣାଳୟ ର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଫୁଟବଲ ଫର ସ୍କୁଲ, କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ପି. ମଣିକଣ୍ଡନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ତଥା ବିଜେପି ନେତା ଆଲୋକ ସେଠୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା କିପରି ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ଫୁଟବଲ ଖେଳରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ ଓ ଶିକ୍ଷା ସହିତ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଘଟିପାରିବ ତାହା ଉପରେ ଆଲୋକପାତ କରିଥିଲେ। ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାର ୨୫୭ଟି ସ୍କୁଲରେ ୧୫୦୦ ପାଖାପାଖି ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ହାଟଡ଼ିହି ବ୍ଲକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ବାଇଁ, ସମାଜସେବୀ ତଥା ଅଭିଭାବକଙ୍କ ପ୍ରତିନିଧି ସୁଧାଂଶୁ ଦକ୍ଷିଣରାୟ, ଭାଇସ ପ୍ରିନ୍ସିପାଳ ରାଜେନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ମହତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷା ଅଧିକାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଫୁଟବଲ ପ୍ରଦାନ କରାଯାଇଥିଲା। ଶିକ୍ଷକ ବିଦ୍ୟାଧର ବେହେରା ମଞ୍ଚ ସଂଯୋଜନା କରିଥିଲେ। ଜିଲ୍ଲାର ୧୩ଟି ଯାକ ବ୍ଲକର ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଫୁଟବଲ ଗ୍ରହଣ କରିବାକୁ ଚିଠି କରାଯାଇ ଥିଲେବି ମାତ୍ର ଦୁଇ ତିନୋଟି ବ୍ଲକର ଶିକ୍ଷାଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ନ ଆସିବା ପରିତାପର ବିଷୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ