ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଛଅ ମାଇଲ ଗ୍ରାମ ନିକଟ ବିଶ୍ରାମଗାର ପଛ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ମୃତକ କାଶୀନଗର ନିକଟ ବଳଦା ଗ୍ରାମର ଜେ. ସୁଜାତା (୩୫) ବୋଲି ଭାରପ୍ରାପ୍ତ ଥାନା ଅଧ୍କାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି। ହତ୍ୟାର କାରଣ ଜଣାପଡ଼ି ନାହିଁ । ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରହିଥିବା କହିଛି।